Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ଭବନ ଠାରେ ନିୟୁଜ ଉପାନ୍ତ ଖବରର ୪ର୍ଥ ବାର୍ଷିକ ସ୍ଵନକ୍ଷେତ୍ର ଉତ୍ସବ ପାଳିତ

ପାରଳାଖେମୁଣ୍ଡି:୨୫/୧(ଗରୁଡଧ୍ଵଜ ଚୌଧୁରୀ) ଗଣମାଧ୍ୟମର ନିର୍ଭିକ ବାର୍ତ୍ତାବାହକ ଦାୟିତ୍ୱ ବହନ କରି ଆସିଥିବା ନ୍ୟୂଜ ଉପାନ୍ତ ଖବର, ତାର ୪ର୍ଥ ବାର୍ଷିକ ସ୍ଵନକ୍ଷେତ୍ର ଉତ୍ସବ ପାଳନ କରିପାରିଛି l ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ୟୁନିଟ ୯ ସ୍ଥିତ ଲୋହିଆ ଏକାଡେମୀ ର ସଭାଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା l ଏହି ସଭାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ମୋହନା ର ମାନ୍ୟବର ବିଧାୟକ ଶୃଯୁକ୍ତ ଦାଶରଥି ଗମାଙ୍ଗ l ସମ୍ମାନିତ ଅତିଥି ଥିଲେ ପାରଳାଖେମୁଣ୍ଡି ର ବିଧାୟକ ଇଂ. ରୁପେଶ କୁମାର ପାଣିଗ୍ରାହୀ,ପ୍ରେମ ର ସଭାପତି ତଥା ବିଶିଷ୍ଟ ସମାଜସେବୀ ଜାକୋବ ଥ୍ରୁଣ୍ଡିଲ,ଗଜପତିର ଜିଲ୍ଲା ପରିଷଦ ଅଧ୍ୟକ୍ଷ
ଜି. ତିରୁପତି ରାଓ l ମୁଖ୍ୟ ବକ୍ତାଭାବେ ଉପସ୍ଥିତ ଥିଲେ ଓଡ଼ିଶାର କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରବି ରଥ l ଅନ୍ୟତମ ଅତିଥିଙ୍କ ମଧ୍ୟରେ ଗଜପତିର ଜଳସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ
ଇଂ. ନଗେନ୍ଦ୍ର ନାଥ ମହାରଣା,ଚଳଚିତ୍ର ଜଗତର ହାସ୍ୟାଭିନେତା ପପୁ ପମପମ,
ଇଂ. ସଂଜୀବ ଦାସ ଶର୍ମା,ସମାଜସେବୀ ପରମେଶ୍ୱର ଦାଶ ,ରାଜ୍ୟ କଂଗ୍ରେସ କୃଷକ ସେଲ ସଭାପତି ଅମୀୟ କୁମାର ପଟ୍ଟନାୟକ,ଜଗବନ୍ଧୁ ଦାସ ପ୍ରମୁଖ ଯୋଗ ଦେଇ ଥିବାର ଦେଖିବାକୁ ମିଳିଥିଲା l ଉପାନ୍ତ ଖବର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକୀୟ ପାଠ କରିଥିଲେ ଉପାନ୍ତ ଖବର ର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଗଣେଷ ଚନ୍ଦ୍ର ବିଶୋଇ ସଭାମଞ୍ଚ କୁ ସଂଯୋଜନା କରିଥିଲେ ସମାଜସେବୀ ଶୋଭାକର ନାୟକ l ଆମନ୍ତ୍ରିତ ଅତିଥିମାନେ ସମ୍ବାଦ ଓ ସାମ୍ବାଦିକତା ର ସତ୍ୟତା ଏବଂ ନିରପେକ୍ଷତା ଉପରେ ଆଲୋକପାତ କରିବା ସହିତ ନିର୍ଭିକ ଖବର ପରିବେଷଣ ପାଇଁ ଆହ୍ୱାନ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲାର ପ୍ରତିନିଧି, ବ୍ଲକ ପ୍ରତିନିଧି, କବି, ଲେଖକ, ସାହିତ୍ୟିକ ମାନଙ୍କୁ ପୁଷ୍ପଗୁଛ, ଉପଢୌକନ, ମାନପତ୍ର ଏବଂ ଟ୍ରଫି ପ୍ରଦାନ ପୂର୍ବକ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଜଗତସିଂହପୁର ଜିଲ୍ଲା ରେ ଉପାନ୍ତ ଖବର ର କାର୍ଯ୍ୟ ରତ ଜିଲ୍ଲା ପ୍ରତିନିଧି, ଶରତ କୁମାର ଦାଶ,ବ୍ଲକ ପ୍ରତିନିଧି,ରଞ୍ଜନ କୁମାର ମଲ୍ଲିକ, ଶାରଦା ପ୍ରସନ୍ନ ପରିଜା,କେଶବ ଚନ୍ଦ୍ର ପଣ୍ଡା ଏବଂ କବି, ଭାଗବତ ପ୍ରସାଦ ଙ୍କୁ ଟ୍ରଫି, ଉପଢୌକନ ଓ ପୁଷ୍ପ ଗୁଛ ପ୍ରଦାନ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଛି l ଏହି ସମ୍ମାନିତ ସାମ୍ବାଦିକ ମାନଙ୍କୁ ପ୍ରେରଣା ସ୍ୱରୂପ ବିଭିନ୍ନ ଆଡୁ ଶୁଭେଚ୍ଛା ଗ୍ୟାମ୍ପନ କରୁଥିବା ର ଦେଖିବାକୁ ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories