Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିରାଶ ହେଲେ କୁସ୍ତିଯୋଦ୍ଧା; ବିଚାର ପରେ ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିରାଶ ହେଲେ କୁସ୍ତିଯୋଦ୍ଧା। ଭାରତୀୟ କୁସ୍ତିସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ଦେଇଥିବା କୁସ୍ତିଯୋଦ୍ଧା ମାନଙ୍କୁ ଆଜି ନିରାଶ କରିଛନ୍ତି ସୁପ୍ରିମକୋର୍ଟ ।  ବିଚାର ପରେ ସୁପ୍ରିମକୋର୍ଟ ଏହି ମାମଲାକୁ ବନ୍ଦ କରିଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡି.ଆଇ ଚନ୍ଦ୍ରଚୁଡଙ୍କ ବେଞ୍ଚ କହିଛନ୍ତି ଯେ ଆମେ ଏଠାରେ ଏହି ମାମଲା ବନ୍ଦ କରୁଛୁ। ଯଦି ଆଉ କିଛି ଅଭିଯୋଗ ଅଛି, ତେବେ ଏହାର ବିଚାର ପାଇଁ ତଳ କୋର୍ଟ କିମ୍ବା ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

ଶୁଣାଣି ସମୟରେ ଭାରତ ସରକାରଙ୍କ ସଲିସିଟର ଜେନେରାଲ ବେଞ୍ଚକୁ କହିଛନ୍ତି ଯେ ଅଭିଯୋଗକାରୀଙ୍କୁ କୋର୍ଟ ସୁରକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦିଆଯାଇଛି। ସାଧା ପୋଷାକରେ ଥିବା ପୋଲିସ୍ ସେମାନଙ୍କୁ ସୁରକ୍ଷା ଯୋଗାଉଛି।

ସଲିସିଟର ଜେନେରାଲ ସିଜେଆଇକୁ କହିଛନ୍ତି ଯେ ଆମେ ଏକ ନିରପେକ୍ଷ ତଦନ୍ତ କରୁଛୁ। ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରାଯାଉଛି। ଏହାସହ କୋର୍ଟ ଦିଲ୍ଲୀ ପୋଲିସକୁ ପ୍ରଶ୍ନ କରିଛନ୍ତି କି, କେବେ ଏମାନଙ୍କ ବୟାନ ମାଜିଷ୍ଟେଟଙ୍କ ସାମନାରେ ରେକର୍ଡ କରାଯିବ ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ