Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ଖୁଣ୍ଟ ସହ ଦୋକାନକୁ ଧକ୍କା ଦେଲା ବୋଲେରୋ, ଦୁଇ ମୃତ

ଭଟଲି: ବରଗଡ଼ ଜିଲ୍ଲା ଭଟଲି ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ଜଣ ଯୁବକଙ୍କ ମୃତ୍ୟୁ । ଘଟଣା ଗତକାଲି ରାତିରେ ବିଜୟା ଛକ ନିକଟରେ ଘଟିଛି ।

ସୂଚନାଯୋଗ୍ୟ, ଗତକାଲି ମଧ୍ୟରାତ୍ରିରେ ୪ ଜଣ ବ୍ୟକ୍ତି ଏକ ବୋଲେରୋ ଅମ୍ବାଭୋନା ଆଡୁ ଆସୁଥିଲେ । ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ପ୍ରଥମେ ଏକ ଇଲେକ୍ଟ୍ରି ପୋଲକୁ ଧକ୍କା ଦେଇଥିଲା । ଏହାପରେ ଏକ ଦୋକାନକୁ ମଧ୍ୟ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ସେଠାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଗୁରୁତରଙ୍କ ଚିକିତ୍ସା ଚାଲିଛି । ଘଟଣା ସ୍ଥଳରେ ଭଟଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ