ଭିଜିଲାନ୍ସ ଜାଲରେ ଆଇଟିଡିଏ ପିଏ ବିଶ୍ବଦର୍ଶୀ ସାହୁ, ୭ ସ୍ଥାନରେ ଏକକାଳୀନ ଚଢ଼ାଉ


ବଣାଇ: ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ । ବଣାଇ ଆଇଟିଡିଏ ପିଏ ବିଶ୍ବଦର୍ଶୀ ସାହୁଙ୍କ ଘରେ ପଶିଛି ଭିଜିଲାନ୍ସ ଟିମ୍ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ITDA ପ୍ରକଳ୍ପ ଅଧିକାରୀଙ୍କ ସରକାରୀ ଘର ଓ ବାସଭବନରେ ଚଢାଉ ଚାଲିଛି । ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।

ଭୁବନେଶ୍ଵରର ୩ ସ୍ଥାନ ସମେତ ବାଲେଶ୍ଵର, ଯାଜପୁର ଓ ବଣାଇର ଦୁଇଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । ଭିଜିଲାନ୍ସର ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ଵରେ ୩ ଡିଏସପି ଓ ୧୦ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ଵରେ ଏହି ଚଢ଼ାଉ ଚାଲିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି ।

ପୁରୁଣା ଭୁବନେଶ୍ଵର ଶ୍ରୀରାମ ନଗର ଅଞ୍ଚଳରୁ ଏକ ଦୁଇ ମହଲା କୋଠା, ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳରେ ଗୋଟିଏ ଫ୍ଲାଟ, ଖାରବେଳନଗର ୟୁନିଟ ୩ ଅଞ୍ଚଳରେ ଗୋଟିଏ ଫ୍ଲାଟ, ବାଲେଶ୍ଵର ଏସଏନ ସେନ ରୋଡ ଅଞ୍ଚଳରେ ଗୋଟିଏ ଫ୍ଲାଟ, ଯାଜପୁରରେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ। ସେହିପରି ସୁନ୍ଦରଗଡ଼ ବଣାଇରେ ଥିବା ସରକାରୀ ବାସଭବନ ଓ ଆଇଟିଡିଏ ଅଫିସରେ ମଧ୍ୟ ଯାଞ୍ଚ ଚାଲିଛି ।