Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଯୁକ୍ତତିନି ପ୍ରଶ୍ନପତ୍ର ଲିକ୍: ୧୦ ଛାତ୍ରଙ୍କ ସମେତ ୧୨ ଜଣ ଗିରଫ

ବରଗଡ଼: ମହଙ୍ଗା ପଡ଼ିଲା ପ୍ରଶ୍ନପତ୍ର ଲିକ୍ । ୧୦ ଛାତ୍ରଙ୍କ ସମେତ ଜଣେ କମ୍ୟୁଟର ଦୋକାନୀ ଓ ଜଣେ ମହାବିଦ୍ୟାଳୟର କିରାଣିଙ୍କୁ ଗିରଫ କଲା ପୋଲିସ । ବରଗଡ଼ ଜିଲ୍ଲାରୁ ଏମିତି ଖବର ଆସିଛି ।

ଗତକାଲି ବରଗଡ଼ ଜିଲ୍ଲା ବରପାଲି ମହାବିଦ୍ୟାଳୟରେ ଯୁକ୍ତତିନିର ତୃତୀୟ ସେମିଷ୍ଟାର ପରୀକ୍ଷା ଚାଲିଥିଲା । ଏହି ସମୟରେ ସ୍କ୍ବାଡ୍ ଚେକିଂ ପାଇଁ ଆସିଥିଲେ । ଚେକିଂ ବେଳେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିଥିଲା ।

ଏନେଇ ତୁରନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ସୂଚନା ଦେଇଥିଲେ ସ୍କ୍ବାଡ୍ । ତୁରନ୍ତ ଅଧ୍ୟକ୍ଷା ପରୀକ୍ଷା ହଲ୍‌କୁ ଆସି ତଦାରଖ କରିବା ପରେ କିଛି ଛାତ୍ର ଧରା ପଡ଼ିଥିଲେ । ପ୍ରଶ୍ନପତ୍ର ଲିକକୁ ନେଇ ବରପାଲି ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ୧୦ ଜଣ ଛାତ୍ରଙ୍କ ସହ ଜଣେ କମ୍ପୁଟର ଦୋକାନୀ ଓ ଜଣେ କିରାଣିଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କୁ ବିରୋଧରେ କେସ ନଂ ୨୯/୨୫, ଆଇପିସି ୩୧୮(୪) ୬୧୨, ୬୬ ଆଇଟିଆର (୯) ଧାରାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ଆଉ କେଉଁମାନଙ୍କର ସଂପୃକ୍ତ ଅଛନ୍ତି, ଏହାର ଚେର କେତେ ଦୂର ଲମ୍ବିଛି ତାହାର ତଦନ୍ତ କରୁଛି ପୋଲିସ ।