Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଏକ ଆଇନଜିବୀ ଙ୍କୁ ଏସିଡ୍ ମାଡ଼ କରିଥିବା ଘଟଣାର ଦୁର୍ବୃତ୍ତ ଙ୍କୁ ଧରିବାରେ ଗଜପତି ଜିଲ୍ଲା ପୋଲିସ୍ କୁ ମିଳିଛି ବଡ଼ ସଫଳତା ।

ପାରଳାଖେମୁଣ୍ଡି:୨/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗତ ବର୍ଷ ନଭେମ୍ବର ମାସ ୯ ତାରିଖରେଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ଜଙ୍ଗମ ସାହି ବାସିନ୍ଦା ଆଇନଜୀବି ଶ୍ରୀ ପି. ରାମାରାଓ ଘରେ ଥିବା ବେଳେ
କୋରିଅର୍ ଦେବା ଆଳରେ ଡାକି ସେ, ବାହାରକୁ ଆସିବା ମାତ୍ରେ ତାଙ୍କ ଉପରକୁ ଏସିଡ଼୍ ମାଡ କରି ଘଟଣା ସ୍ଥଳରୁ ଆଖିପିଛୁଳାକେ ଦୁର୍ବୁତ୍ତ ମାନେ ସେଠାରୁ ଚମ୍ପଟ ହୋଇଯାଇଥିଲେ l ଖବର ପାଇ ସେତେବେଳେ ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ବହୁ ଚେଷ୍ଟା ସତ୍ବେ କୌଣସି ସୁରାକ୍ ଜନସାଧାରଣଙ୍କ ଠାରୁ ପୋଲିସ୍ ଙ୍କୁ ମିଳିପାରିନଥିଲା l ଅନ୍ୟପଟେ ଆଇନଜୀବି ଶ୍ରୀ ରାମାରାଓ ଙ୍କ ଉପରେ ଏସିଡ ଆକ୍ରମଣ କୁ ନେଇ ବାର ଆସୋସିଏସନ୍ ତରଫରୁ ପାରଳାଖେମୁଣ୍ଡି ଆଦର୍ଶ ଥାନରେ ଥାନାରେ ଏତଲା ଦେଇ ଦୁର୍ବୃତ୍ତ ଙ୍କୁ ଧରିବା ପାଇଁ ଦାବୀ କରି ବିଭିନ୍ନ ସମୟରେ କୋର୍ଟ ବର୍ଜନ , ଧାରଣା, ଶୋଭାଯାତ୍ରା, କଲମ ଛାଡ ଆନ୍ଦୋଳନ ଏବଂ ରାଲି ପ୍ରଭୁତି ବାହାର କରି ଅଭିଯୁକ୍ତଙ୍କୁ ଖୋଜିବାହାର କରିବାକୁ ଦାବି କରାଯାଇଥିଲା ।ତେବେ ଗଜପତି ଏସ ପି ଙ୍କ ପତ୍ୟକ୍ଷ ତତ୍ତ୍ଵାବଧାନରେ ପାରଳାଖେମୂଣ୍ଡି ଆଦର୍ଶ ଥାନାର ଅଧିକାରୀ ଶ୍ରୀ ଭୂପତି ଏଵଂ ପୋଲିସ୍ ଟିମ ନିରନ୍ତର ଉଦ୍ୟମ ଯୋଗୁଁ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିବାରେ ସଫଳତା ହାସଲ କରିପାରିଛି , ଅଭିଯୁକ୍ତ ମାନେ ହେଲେ ଆନ୍ଧ୍ରପ୍ରଦେଶ ,ବିଜୟନଗରମ୍ ଜିଲ୍ଲା,ଅନ୍ତର୍ଗତ ଜ୍ଞାନପରମ୍ ବାସିନ୍ଦା ୩୦ ବର୍ଷୀୟ ଶ୍ରୀ ଡି. ସତିସ୍ ଏବଂ ଅନ୍ୟ ଜଣେ ହେଲେ ସ୍ଥାନୀୟ ପାରଳାଖେମୁଣ୍ଡି ପାଲେସ୍ ଷ୍ଟ୍ରୀଟ୍ ବାସିନ୍ଦା ବିଶାଖାପାଟଣା ରେ ବସବାସ କରୁଥିବା ଶ୍ରୀ ଡି. ଭେଙ୍କେଟ୍ ରାଓ ।ଆଜି ସେହି ଘଟଣା ର ଫର୍ଦାଫାଶ୍ କରିବାକୁ ଯାଇ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ରେ ସମସ୍ତ ଘଟଣାବଳୀ ର ବିଷୟ ବସ୍ତୁ ବର୍ଣ୍ଣନା କରିଛନ୍ତି।ଏହି ଅବସରରେ ଏସ୍. ଡି. ପି. ଓ ଶ୍ରୀଯୁକ୍ତ ମାଧବ ନାୟକ ଏବଂ ପାରଳାଖେମୁଣ୍ଡି ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ ଭୂପତି ଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।ଦୁଇ ଅଭିଯୁକ୍ତ ଙ୍କୁ ବର୍ତ୍ତମାନ କୋର୍ଟ ଚାଲାଣ କରାଯାଇଛି । ତେବେ ଅଳ୍ପ କିଛି ଦିନ ପରେ ପରେ ଏକ ସମ୍ବେଦନଶୀଳ ଘଟଣା ର ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ୍ ସଫଳତା ପାଇଥିବାରୁ ଜନସାଧାରଣ ଆଶ୍ବସ୍ତ ହେବା ସାଥେ ସାଥେ ପୋଲିସ୍ ମଧ୍ୟ ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ବ୍ଲକ ଅନ୍ତର୍ଗତ ତାରମାଳ ଗ୍ରାମରେ ଗୁହାଳରେ ବଳଦବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତରାମାଳ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ସହ ବଜ୍ରପାତ ଯୋଗୁଁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ବଳଦର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ତରାମାଳ ଗ୍ରାମର ଜାବି ମଳିକ। ସୂଚନା ଅନୁଯାୟୀ, ଅପରାହ୍ନରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହେଉଥିଲା। ପ୍ରତିଦିନ ଭଳି ଜାବି ମଳିକ ଗୋରୁ ଚରାଇ ଘରକୁ ଫେରିଥିଲେ। ବର୍ଷା ବଢ଼ିବାରୁ ସେ ନିଜ ବଳଦକୁ ଗୁହାଳରେ ବାନ୍ଧୁଥିବା ବେଳେ ହଠାତ୍ ଏକ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ବୃଦ୍ଧ ଓ ବଳଦ ଗୁରୁତର ଭାବେ ପ୍ରଭାବିତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ ବୃଦ୍ଧ ଓ ବଳଦକୁ ନିଷ୍ପ୍ରାଣ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିବା ବେଳେ ବାର୍ତ୍ତା ଲେଖାହେବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।