ଗିରଫ ହେଲେ ଡିଆର୍‌ଡିଓ ବୈଜ୍ଞାନିକ; ପାକିସ୍ତାନକୁ ‌ପଠାଉଥିଲେ ଗୁପ୍ତ ତଥ୍ୟ


ନୂଆଦିଲ୍ଲୀ: ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ଗିରଫ। ଏଟିଏସ୍ ବା ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ପ୍ରଦୀପ ପାକିସ୍ତାନକୁ ଗୁପ୍ତ ସୂଚନା ଯୋଗାଉଥିବା ଅଭିଯୋଗ ହୋଇଛି । ହନିଟ୍ରାପରେ ଫସି ସେ ଏସବୁ କରୁଥିବା ଜଣାପଡ଼ିଛି।

କୁହାଯାଉଛି ଯେ, ପ୍ରଦୀପ କୁରୁଲକର ହ୍ୱାଟ୍ସଆପ୍ କଲ୍ ଓ ହ୍ୱାଟ୍ସଆପ ମେସେଜ ଜରିଆରେ ଡିଆରଡିଓର ଗୁପ୍ତ ତଥ୍ୟ ସବୁ ପାକିସ୍ତାନର ଗୁପ୍ତଚର ବିଭାଗକୁ ଦେଉଥିଲେ । ଏଥିପାଇଁ ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ୍ ହ୍ୟାଣ୍ଡେଲ ହନିଟ୍ରାପରେ ତାଙ୍କୁ ଫସାଇଥିଲା ।

ଆଣ୍ଟି ଟେରୋରିଷ୍ଟ୍ ସ୍କ୍ୱାଡ ଦ୍ୱାରା ଆୟୋଜିତ ପ୍ରେସ ରିଲିଜରେ କୁହାଯାଇଛି ଯେ, ପାକିସ୍ତାନର ଗୁଇନ୍ଦା ଏଜେନ୍ସି (ପିଆଇଓ) ହ୍ୱାଟ୍ସଆପ୍ ଭଏସ୍ କଲ୍, ଭିଡିଓ ଆଦି ସେୟାର କରି ଡିଆରଡିଓ ବୈଜ୍ଞାନିକ ପ୍ରଦୀପ ଗୁରୁଲକରଙ୍କ ସହ ଯୋଗାଯୋଗ କରିଥିଲେ । ଦେଶର ଅତି ସମ୍ବେଦନଶୀଳ ତଥ୍ୟକୁ ପାକିସ୍ତାନ ଗୁପ୍ତଚର ବିଭାଗକୁ ପଠାଉଥିଲେ। ପ୍ରଦୀପଙ୍କ ଏଳଭି କାରନାମା ସାମ୍‌ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି ।