Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ଆଜି ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ। ଆଜି ଚନ୍ଦ୍ରଗ୍ରହଣ ସାଙ୍ଗକୁ ପଡୁଛି ବୁଦ୍ଧ ପୂର୍ଣ୍ଣିମା। ଏହି ଚନ୍ଦ୍ରଗ୍ରହଣ ରାତି ୮.୪୬ ରେ ଆରମ୍ଭ ହୋଇ ମଧ୍ୟରାତ୍ରି ପରେ ୧.୨୦ ରେ ଶେଷ ହେବ।
ଆଜି ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ଏକ ପେନ୍ୟୁମ୍ବ୍ରାଲ ଲୁନାର ଏକ୍ଲିପ୍ସ ବା ଉପଛାୟା ଚନ୍ଦ୍ରଗ୍ରହଣ ହେବ। ଯେତେବେଳେ ଚନ୍ଦ୍ର ଉପରେ ପୃଥିବୀର ଛାୟା ନପଡ଼ି କେବଳ ନିଜର ଉପଛାୟା ପଡ଼େ, ସେତେବେଳେ ଏହାକୁ ଏକ ଛାୟା ଚନ୍ଦ୍ର ଗ୍ରହଣ କୁହାଯାଏ। ଏଥିରେ ଚନ୍ଦ୍ରର ଆକାରରେ କୌଣସି ପାର୍ଥକ୍ୟ ଦେଖାଯାଏ ନାହିଁ।

ଏହି ଗ୍ରହଣ ଆଫ୍ରିକା ପୂର୍ବ ଭାଗରେ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଏବଂ ଏସୀୟାର କିିଛି ଅଂଶରେ ଦେଖାଦେବ । ଏହାସହ ଅଧିକାଂଶ ପାଶ୍ଚାତ୍ୟ ଦେଶକୁ ମଧ୍ୟ ଏହା ଦୃଶ୍ୟମାନ ହେବ ବୋଲି କୁହାଯାଇଛି । ବର୍ଷର ଏହି ପ୍ରଥମ ଚନ୍ଦ୍ର ଗ୍ରହଣକୁ ଭାରତର କିଛି ଅଂଶ ଯେପରି ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ , ପୁଣେ ଆଦି ସ୍ଥାନରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ମଧ୍ୟ ବୈଜ୍ଞାନିକ ମାନେ କହିଛନ୍ତି ।


ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ