ପୋଲିସ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଲୁଟେରା


ଭଦ୍ରକ: ଲୁଟେରା ରାଜ । ପୋଲିସକୁ ବି ଛାଡ଼ିଲେନି । ଭଦ୍ରକ ପରିବା ମାର୍କେଟରୁ ପୋଲିସ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁଇ ଲୁଟେରା । ବାଇକରେ ଆସି ଲୁଟ କରି ଫେରାର ହେଉଥିବା ବେଳେ ଜଣଙ୍କୁ ମାଡି ବସିଲେ ସ୍ଥାନୀୟ ଲୋକେ ।

ସୂଚନା ଅନୁସାରେ, ପୋଲିସ କର୍ମଚାରୀ ମୋନାଲିସା କର ବର୍ତ୍ତମାନ ଏସପିଙ୍କ କାର୍ଯ୍ୟାଳୟରେ ସ୍ପେଶାଲ ରିପୋର୍ଟ ସେକ୍ସନରେ କାର୍ଯ୍ୟ କରୁଛନ୍ତି । ଭଦ୍ରକ ପରିବା ମାର୍କେଟରେ ଗତକାଲି ରାତିରେ ପରିବା କିଣୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ସୁନା ଚେନ ଝାମ୍ପି ଚମ୍ପଟ ମାରିଥିଲେ । ୨ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନେିଥିଲେ ସ୍ଥାନୀୟ ବାସିନ୍ଦା । ଏହାସହ ଲୁଟରେ ବ୍ୟବହାର ଗାଡିକୁ ମଧ୍ୟ ଧରି ପକାଇଥିଲେ । ତେବେ ମାର୍କେଟରେ ଭିଡ଼ର ସୁଯୋଗ ନେଇ ଅନ୍ୟ ଲୁଟେରା ଖସିଯାଇଥିଲା ।

ଅନ୍ୟପଟେ ଲୁଟ ଗାଡିର ନମ୍ବର ପ୍ଲେଟ ଛତିଶଗଡ଼ର ହୋଇଥିବା ବେଳେ ପୋଲିସ ଗାଡିକୁ ଜବତ କରିବା ସହିତ ଲୁଟେରାକୁ ପଚାରାଉଚରା ଜାରି ରଖିଛି । ଗିରଫ ଅଭିଯୁକ୍ତ ଇରାନି ଗ୍ୟାଙ୍ଗର ବୋଲି ପୋଲିସ କହିଛି । ଏହି ଗ୍ୟାଙ୍ଗ ଏକାଧିକ ଲୁଟରେ ସାମିଲ ଅଛି ।