Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସ୍ତି ଭିତରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍

ରାଉରକେଲା: ରାଉରକେଲାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍ । ଟ୍ରାକରୁ ଖସିବା ପରେ ବସ୍ତି ଭିତରକୁ ମାଡ଼ିଗଲା ଟ୍ରେନା ୪ ବଗି । ରାଉରକେଲା ମାଲଗୋଦାମ ନିକଟରେ ଏହି ଅଘଟଣ ଘଟିଛି । ରେଲୱେ ପାଚେରୀ ଭାଙ୍ଗି ମାଲବାହୀ ଟ୍ରେନଟି ବସ୍ତି ଭିତରକୁ ପଶି ଯାଇଛି । ଫଳରେ ଦୁଇଟି ଅଟୋ ସହ  ୮ଟି ଠେଲା ଗାଡି ଭାଙ୍ଗିଥିବା ଅଭିଯୋଗ ହୋଇଛି ।

ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଦୁର୍ଘଟଣା ଖବର ପାଇ ରେଲୱେ ଏଆରଏମଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଓ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣା ଗ୍ରସ୍ତ ଟ୍ରେନକୁ ଟ୍ରାକକୁ ଉଠାଇବା ପାଇଁ ରେଲୱେ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ‌ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ