ପାରଳାଖେମୁଣ୍ଡି:୭/୨(ଗରୁଡ଼ ଧ୍ୱଜ ଚୌଧୁରୀ) ଭୁବେନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରଜ୍ୟ ସାମ୍ବାଦିକ ସଙ୍ଘ (ଏସ ୟୁ ଜେ) ର ୫ ମ ବାର୍ଷିକ ଉତ୍ସବ ମହାସମାରହ ରେ ଅନୁଷ୍ଠିତ ହୋଇଯାଇଛି ଏହି ଉସ୍ରବ ରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ର ବରିଷ୍ଠ ରାଜସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଯୋଗ ଦେଇ ଥିଲେ l ସମ୍ମାନୀତ ଅତିଥି ଭାବେ ପାଲ ଲହଡ଼ା ବିଧାୟକ ଅଶୋକ ମହାନ୍ତି , ଏନୟୁଜେ ସର୍ବ ଭାରତୀୟ ଅଧକ୍ଷ ସୁରେଶ ଶର୍ମା ବଶିଷ୍ଠ ସାମ୍ବାଦିକ ରାଜାରାମ ଶତପଥି,(ଏନ୍ ୟୁ ଜେ) ସର୍ବ ଭାରତୀୟ ସଚିବ ବବୁଲ ସିଂ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ ସଧାରଣ ସମ୍ପାଦକ ପ୍ରଶାନ୍ତ ପାଢ଼ୀ , ବରିଷ୍ଠ ଉପସଭାପତି ସମେତ ରାଜ୍ୟର ଜିଲ୍ଲା ବ୍ଲକରୁ ପ୍ରାୟ ୬ ଶହରୁ ଊର୍ଦ୍ଧ୍ବ ସାମ୍ବାଦିକ ଯୋଗ ଦାନ କରି ସାମ୍ବାଦିକ ମାନଙ୍କ ସମସ୍ୟା କୁ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା l
ଭୁବେନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସାମ୍ବାଦିକ ସଙ୍ଘ (ଏସ ୟୁ ଜେ) ର ୫ ତମ ବାର୍ଷିକ ଉସ୍ରବ ଅନୁଷ୍ଠିତ
