Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଦେଶ କଂଗ୍ରେସ ସଭାପତି ହେଲେ ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ

କଳାହାଣ୍ଡି, ୧୧/୦୨-ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ପ୍ରଦେଶ କଂଗ୍ରେସ ସଭାପତି ପଦରେ ନିଯୁକ୍ତି ପାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ। ଆଜି କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଶ୍ରୀ ଦାସଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିବା ଦଳ ତରଫରୁ ସୂଚନା ଦିଆଯାଇଛି। ଛାତ୍ର ଜୀବନରୁ ରାଜନୀତି କ୍ଷେତ୍ରରେ ପ୍ରବେଶ କରି ଶ୍ରୀ ଦାସ ବିଧାୟକ, ସାଂସଦ ହେବା ସହିତ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ସେହିପରି ଏକାଧିକ ରାଜ୍ୟର ପ୍ରଭାରୀ, ଦଳୀୟ ମୁଖପାତ୍ର ଓ ପିସିସି କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରିଛନ୍ତି ଭକ୍ତ। ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଛାତ୍ର ଆନ୍ଦୋଳନରେ ସାମିଲ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିବା ଭକ୍ତ ପ୍ରଥମେ ଜନତା ଦଳରୁ ନିଜ ରାଜନୀତି କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ କଂଗ୍ରେସ ଦଳରେ ମିଶିଥିଲେ। ସେହିପରି ବିଭିନ୍ନ ଜନ ଆନ୍ଦୋଳନର ନେତୃତ୍ୱ ନେଇ ସେ ସାରା ଦେଶରେ ଚର୍ଚ୍ଚିତ ହୋଇଛନ୍ତି। ଅପରପକ୍ଷରେ, ଭକ୍ତଙ୍କ ନିଯୁକ୍ତି ପରେ ବହୁଧା ବିଭକ୍ତ ଦଳୀୟ ସଂଗଠନ ଓ ବାରମ୍ବାର ପରାଜୟର ମୁହଁ ଦେଖୁଥିବା ଦଳକୁ ସେ କିପରି ଟ୍ରାକକୁ ଫେରାଇ ଆଣିବେ ତାହା ମୁଖ୍ୟ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏପରିକି ଭକ୍ତଙ୍କ ନିଯୁକ୍ତି ସହିତ ଆଉ ଦୁଇବର୍ଷ ପରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ତାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦଳୀୟ ନେତା ଓ କର୍ମୀ ମହଲରେ ଆଶାର ସଂଚାର ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ