Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଏନ ଏଚ ୪୯ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଭାରୀଯାନ ଧକ୍କାରେ ବାଇକ ଚାଳକ ମୃତ

ଝାରସୁଗୁଡା ୧୫/୨ (ଓଡ଼ିଶା ନ୍ୟୁଜ) ଜାତୀୟ ରାଜପଥ ୪୯ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ କଦମଡ଼ିହି ଛକରେ ଆଜି ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଏକ ଭାରୀଯାନ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି l ମୃତ ଯୁବକ ଜଣକ ଲଖନପୁର ବ୍ଲକ ସାଗରପାଲି ଡୁଙ୍ଗିରିପଡାର ତସିଲ ବାରିକ (୨୨) ବୋଲି ଜଣାପଡିଛି l କ୍ଷତିପୂରଣ ଦାବିରେ ଘଟଣା ସ୍ଥଳରେ କିଛିକ୍ଷଣ ଉତ୍ତେଜନା ଦେଖା ଦେଇଥିବା ବେଳେ ରେଙ୍ଗାଲି ପୁଲିସ ଦୁର୍ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ତସିଲଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ଏବଂ ମୃତକଙ୍କ ପରିବାରକୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି l ଅନ୍ୟପଟେ ଦୁର୍ଘଟଣା ଗ୍ରସ୍ତ ଭାରୀଯାନ ଏବଂ ବାଇକକୁ ଜବତ କରିବା ସହ ଥାନାରେ ଏକ ମାମାଲା ରୁଜୁ କରି ତଦନ୍ତ ଜାରି ରହିଥିବା ରେଙ୍ଗାଲି ଥାନା ଇନଚାର୍ଜ ସମରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି l