Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମ୍ମୁରେ ସେନା ଓ ଆତଙ୍କବାଦୀଙ୍କ ମୁହାଁମୁହିଁ; ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ପାଇଁ ଜମ୍ମୁ ଯିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଅଶାନ୍ତ ହୋଇପଡ଼ିଛି ଜମ୍ମୁ ଓ କାଶ୍ମୀର। ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ଦ୍ବାରା ଆଜି ସକାଳୁ ଜଣେ ଆତଙ୍କୀ ନିପାତ ହୋଇଥିବା ଜଣାପଡ଼ିଛି। ଏହାର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ପାଇଁ ଜମ୍ମୁ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଜମ୍ମୁ ଯାଇ ଗ୍ରାଉଣ୍ଡ ଜିରୋରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଜମ୍ମୁ ମଧ୍ୟ ଜମ୍ମୁ ଯିବେ।

ସ୍ଥାନୀୟ ଅଞ୍ଚଳ ଉପରେ କଡା ନଜର ରଖିଛନ୍ତି ସୁରକ୍ଷାକର୍ମୀ । ଜୋରସୋରରେ ଚାଲିଛି ସର୍ଚ୍ଚ ଅପରେସନ। ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗତକାଲି ଏହି ସ୍ଥାନରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୫ଜଣ ଯବାନ ସହିଦ ହୋଇଥିଲେ । ରଜୌରୀ ଜିଲ୍ଲା କଣ୍ଡି ଅଂଚଳରେ କିଛି ଆତଙ୍କବାଦୀ ଲୁଚି ରହିିଥିବା ସୂଚନା ମିଳିବା ପରେ ସେନା ଓ ଜମ୍ମୁକଶ୍ମୀର ପୁଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ କରିଥିଲା ।