Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ ମୋଦୀ ଜୀ ! ମୋ ବିରୋଧରେ ଯେଉଁ ଦିନ ଦୁର୍ନୀତିର ପ୍ରମାଣ ମିଳିବ, ମୋତେ ଛକ ମଝିରେ ଫାଶୀରେ ଝୁଲାଇ ଦେବେ- କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି, ଯଦି କେଜ୍ରିଓ୍ଵାଲ ଭ୍ରଷ୍ଟ ତେବେ ଦୁନିଆରେ ଆଉ ସଚ୍ଚୋଟ ବୋଲି କେହି ମଣିଷ ନାହାନ୍ତି। ଯଦି କେଜ୍ରିଓ୍ଵାଲ ବିରୋଧରେ ଗୋଟିଏ ବି ନୂଆ ପଇସାର ଭ୍ରଷ୍ଟାଚାର ମିଳିଯାଏ, ମୋତେ ଛକ ମଝିରେ ଫାଶୀରେ ଚଢାଇ ଦେବେ। ମାତ୍ର ପ୍ରତିଦିନ ଯେଉଁ ନାଟକ ଏବଂ ତମାସା କରୁଛନ୍ତି ତାହା ବନ୍ଦ କରନ୍ତୁ ବୋଲି କେଜ୍ରିଓ୍ଵାଲ କହିଛନ୍ତି।

ପଞ୍ଜାବର ଲୁଧିଆନାରେ ୮୦ ଆମ୍ ଆଦମୀ କ୍ଲିନିକ ସମର୍ପିତ କରିବା ପରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜ ସମ୍ବୋଧନରେ କେଜ୍ରିଓ୍ଵାଲ୍ କହିଛନ୍ତି, କେନ୍ଦ୍ର ସରକାର ତାଙ୍କ ପଛରେ ଯାଞ୍ଚ ଏଜେନ୍ସି ଲଗାଇ ରଖିଛନ୍ତି, ଯଦ୍ଵାରା ଏହା ସାବ୍ୟସ୍ତ କରାଯାଇ ପାରିବ ଯେ, ଆମେ ଚୋର। ସିବିଆଇ, ଇଡି, ଆୟକର ବିଭାଗ ଏବଂ ପୋଲିସକୁ ମୋ ପଛରେ ଲଗାଇ ଦେଇଛନ୍ତି। କାରଣ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ କୌଣସି ପ୍ରକାରେ କେଜ୍ରିଓ୍ଵାଲକୁ ଚୋର ସାବ୍ୟସ୍ତ କରିବେ ଏବଂ କହି ପାରିବେ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୁର୍ନୀତିରେ ଲିପ୍ତ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ସେମାନେ ଆମ୍ ଆଦମୀ ପାର୍ଟିର କାମ ରୋକିବାକୁ ଚାହାନ୍ତି। ସେଥିପାଇଁ ସେମାନେ ଦୁନିଆକୁ ମୋହଲ୍ଲା କ୍ଲିନିକ ମୋଡେଲ୍ ଦେବା ଏବଂ ଲୋକଙ୍କୁ ମାଗଣା ବିଜୁଳି ବ୍ୟବସ୍ଥା କରାଇଥିବା ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ଭର୍ତ୍ତି କରି ଦେଲେ। ସତ୍ୟେନ୍ଦ୍ର ଜୈନ ଏବଂ ମନୀଷ ସିସୋଦିଆଙ୍କ ଘରୁ ଗୋଟିଏ ବି ଟଙ୍କା ମିଳିଲା ନାହିଁ। କିନ୍ତୁ ବିଜେପି ବିଧାୟକଙ୍କ ଘରୁ ୮ କୋଟି ଟଙ୍କା ନଗଦ ମିଳିଲା। କିନ୍ତୁ ନିଜ ପାର୍ଟିର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି କେଜ୍ରିଓ୍ଵାଲ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ