Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୭୦ ବର୍ଷ ପରେ ଆଜି ବ୍ରିଟେନ ରାଜା କିଙ୍ଗ ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକ; ୩ ଦିନ ଧରି ପାଳନ ହେବ ଉତ୍ସବ

ଲଣ୍ଡନ: ଆଜି ଦୀର୍ଘ ୭୦ ବର୍ଷ ପରେ ହେବ ବ୍ରିଟେନର ରାଜା କିଙ୍ଗ ଚାଲର୍ସ ତୃତୀୟଙ୍କ ଆଜି ରାଜ୍ୟାଭିଷେକ । ଏଥିପାଇଁ ତିନି ଦିନ ଧରି ପାଳନ ହେବ ବିଶାଳ ସମାରୋହ। ୭୦ ବର୍ଷ ପରେ ଏହି ବିଶାଳ ଉତ୍ସବ ପାଳନ ହେଉଥିବାରୁ ବେଶ୍‌ ଉତ୍ସାହିତ ଲଣ୍ଡନ ଓ ବ୍ରିଟେନବାସୀ। ଶେଷ ଥର ପାଇଁ ୧୯୫୩ ହୋଇଥିଲା ରାଜ୍ୟାଭିଷେକ ।

ତେବେ ରାଜ୍ୟାଭିଷେକର ସିଧାପ୍ରସାରଣ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪ଟା ୩୦ ମିନିଟରେ କରାଯିବ । ଏହି ସ୍ବତନ୍ତ୍ର କାର୍ଯକ୍ରମରେ ଦେଶବିଦେଶରୁ ୮୦୦ ଅତିଥି ଯୋଗ ଦେବେ । ବିଭିନ୍ନ ରାଷ୍ଟ୍ରର ରାଜା, ମନ୍ତ୍ରୀ ଓ ରାଷ୍ଟ୍ରାଧ୍ୟକ୍ଷଙ୍କୁ ନିମନ୍ତ୍ରଣ ଦିଆଯାଇଛି । ସୂଚନା ଅନୁସାରେ ଭାରତ ପକ୍ଷରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ରାଜ୍ୟାଭିଷେକରେ ଯୋଗ ଦେବେ । ଅନ୍ୟପଟେ ବଲିଉଡ ଅଭିନେତ୍ରୀ ସୋନମ କପୁର ମଧ୍ୟ ମେ ୭ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ରହିଛି । ବିବିସି, ଆଇଟିବି, ସ୍କାଏ ନ୍ୟୁଜରେ ହେବ ସିଧା ପ୍ରସାରଣ ।

ଏଥିପାଇଁ ୧ ହଜାର ୬୧କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ରାଜ୍ୟାଭିଶେଷ ପାଇଁ ମେ ୮ ତାରିଖକୁ ବ୍ରିଟେନରେ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି ।