Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ୟାସ ଟାଙ୍କି ଫାଟି ଜଳିଗଲେ ଗୋଟିଏ ପରିବାରର ତିନି ଜଣ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଉଚ୍ଚପଦା ସ୍ଥିତ ଗୁଡିଆ ସାହିରେ ଅଭାବନୀୟ ଘଟଣା । ଗ୍ୟାସ୍ ଟାଙ୍କି ଫାଟି ଜଳି ଗଲେ ଗୋଟିଏ ପରିବାର ତିନି ଜଣ । ଆହତମାନେ ହେଲେ ବୃନ୍ଦାବନ ସାହୁ, ତାଙ୍କ ସ୍ତ୍ରୀ  ବାସନ୍ତୀ ଏବଂ  ପୁଅ ଦୀପକ । ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ଗତକାଲି ରାତିରେ ଘରେ ରୋଷେଇ ଚାଲିଥିଲା । ଏହି ସମୟରେ ହଠାତ୍ ଗ୍ୟାସ ଲିକ୍ ହୋଇଥିଲା । ଏହାପରେ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇ ବିସ୍ଫୋରଣ ହୋଇଥିଲା ।

ଘରେ ଭିତରେ ଥିବା ବାପା, ମା’ ଓ ପୁଅ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ହେଲେ ସେମାନେ ଜଳି ଯାଇଥିଲେ । ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ନିଆଁରେ ଦୁଇ ବଖରା ଘର ପୋଡ଼ି ଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ