Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଋଷ-ୟୁକ୍ରେନ ମୁହାଁମୁହିଁ; ପତକା ଛଡାଇ ନେବାରୁ ଋଷ ଅଧିକାରୀଙ୍କୁ ମୁଥ ମାରିଲେ ୟୁକ୍ରେନ ସାଂସଦ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବ ବର୍ତ୍ତମାନ ଉଭୟ ଦେଶର ରାଜନେତାମାନଙ୍କ ଉପରେ ମଧ୍ୟ ସ୍ପଷ୍ଟ ଦେଖାଯାଉଛି। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ, ୟୁକ୍ରେନ ସାଂସଦ ଋଷୀୟ ପ୍ରତିନିଧୀଙ୍କୁ ମୁଥ ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତୁର୍କୀର ରାଜଧାନୀରେ ଏକ ଶିଖର ସମ୍ମିଳନୀରେ ଉଭୟ ଦେଶର ଅଧିକାରୀ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ଏହି ଘଟଣା ଘଟିଥିଲା ​। ଏହି ଭାଇରାଲ ଭିଡିଓକୁ ୩ ମିଲିୟନରୁ ଅଧିକ ଥର ଦେଖାସରିଲାଣି।

ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଋଷର ଅଧିକାରୀ ପ୍ରଥମେ ନିଜ ହାତରେ ୟୁକ୍ରେନର ପତାକା ଛଡ଼ାଇ ନେଇଥିଲେ, ଏହା ପରେ ୟୁକ୍ରେନର ସାଂସଦ ଋଷର ଅଧିକାରୀଙ୍କୁ ପାଲଟା ଆକ୍ରମଣ କରି ମୁଥ ମାରିଥିଲେ।

ଏହି ଭିଡିଓ ଦେଖିବା ପରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର୍ ଏହା ମଧ୍ୟ କହିଛନ୍ତି ଯେ ଋଷର ପ୍ରତିନିଧୀଙ୍କୁ ଏହି ଅପମାନ ଯୋଗ୍ୟ। ସେ ୟୁକ୍ରେନର ପତାକାକୁ ଅପମାନିତ କରିଥିଲେ, ଯାହା କୌଣସି ଅର୍ଥରେ ଠିକ୍ ନୁହେଁ। ଏହି ଘଟଣା ରୁଷ ଏବଂ ୟୁକ୍ରେନ ମଧ୍ୟରେ ବଢୁଥିବା ତିକ୍ତତାକୁ ଆହୁରି ଦୃଢ କରୁଥିବା ଜଣାପଡ଼ିଛି।

ଦୁଇ ଦିନ ପୂର୍ବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିବା ଋଷ ଅଭିଯୋଗ କରିଛି। ୟୁକ୍ରେନ ଡ୍ରୋନ୍ ସାହାଯ୍ୟରେ କ୍ରେମଲିନ୍ ବିଲ୍ଡିଂ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ