Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ କୀ ବାତ୍‌ ର ୧୦୦ ତମ ଏପିସୋଡ୍‌ ଶୁଣିଲେନି ବୋଲି ଛାତ୍ରଛାତ୍ରୀଙ୍କ ଉପରେ ଲାଗିଲା ଫାଇନ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍‌’ର ୧୦୦ ତମ ଏପିସୋଡ୍‌ ଗତ ରବିବାର ଆୟୋଜିତ ହୋଇଥିଲା। ୧୦୦ ତମ ଏପିସୋଡ୍‌ ହୋଇଥିବାରୁ ଦେଶର ବିଭିନ୍ନ ବିଦ୍ୟାଳୟ ସମେତ ଅନେକ ସ୍ୱତନ୍ତ୍ର ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହିଦିନ ପିଲାମାନଙ୍କୁ ସ୍କୁଲକୁ ମଧ୍ୟ ଡକାଯାଇଥିଲା। ତେବେ ସୂଚନା ଅନୁଯାୟୀ ‘ମନ କୀ ବାତ୍‌’ର ୧୦୦ ତମ ଏପିସୋଡ୍‌ ଶୁଣିବାକୁ ଆସିନଥିବା ବୋଲି ଛାତ୍ରଛାତ୍ରୀଙ୍କୁ ଜୋରିମାନା ଦେବାକୁ ପଡ଼ିବ। ପିଲାମାନଙ୍କଠାରୁ ୧୦୦ ଟଙ୍କା ଲେଖାଏଁ ଜୋରିମାନା ନିଆଯିବ।

ଯେଉଁ ଛାତ୍ରଛାତ୍ରୀ ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟରେ ଉପସ୍ଥିତ ନାହାନ୍ତି କିମ୍ବା ଡାକ୍ତରୀ ପ୍ରମାଣପତ୍ର ଦାଖଲ କରନ୍ତି ସେମାନଙ୍କୁ ୧୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ ପରିଚାଳନା ମାଧ୍ୟମରେ ବିଦ୍ୟାଳୟର ହ୍ବାଟସ୍‌ ଆପ୍ ଗ୍ରୁପରେ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଏଭଳି ଘଟଣା ଘଟିଛି ଡେରାଡୁନର ଏକ ସ୍କୁଲରେ। ଅଭିଭାବକ ଏବଂ ଛାତ୍ର ଅଧିକାର ପାଇଁ ନ୍ୟାସନାଲ ଆସୋସିଏସନର ରାଷ୍ଟ୍ରୀୟ ସଭାପତି ମୁଖ୍ୟ ଶିକ୍ଷା ଅଧିକାରୀ ଡେରାଡୁନ୍‌କୁ ଏକ ଚିଠି ଲେଖି ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଶିକ୍ଷା ବିଭାଗ ବିଦ୍ୟାଳୟକୁ ନୋଟିସ ଜାରି କରି ତିନି ଦିନ ମଧ୍ୟରେ ଉତ୍ତର ମାଗିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ