Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀଙ୍କୁ କଟାକ୍ଷ କଲେ ଓୱେସୀ; ଜଳୁଛି ମଣିପୁର, ହେଲେ କର୍ଣ୍ଣାଟକ ଆସି ଫିଲ୍ମ ପ୍ରମୋସନ୍‌ କରୁଛନ୍ତି ମୋଦୀ

ନୂଆଦିଲ୍ଲୀ: ପିଏମ ମୋଦୀଙ୍କୁ ପାଲଟା ଜବାବ ଦେଲେ ଓୱେସୀ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ଚାଲିଛି ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ପାଇଁ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଅନେକ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଛନ୍ତି।

ଓୱେସୀ କହିଛନ୍ତି ଯେ ଗୋଟିଏ ପଟେ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରରେ ସୈନ୍ୟମାନଙ୍କୁ ହତ୍ୟା କରୁଛନ୍ତି, ଆଉ ଗୋଟେ ପଟେ ମଣିପୁର ହିଂସାର ନିଆଁରେ ଜଳୁଛି। ଅନ୍ୟପଟେ ଆମ ଦେଶର ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି।

ସେ କହିଛନ୍ତି, “ଆମେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବାକୁ ଚାହୁଁଛୁ ଯେ କର୍ଣ୍ଣାଟକରେ ନିର୍ବାଚନ ଅଛି, କିନ୍ତୁ ପାକିସ୍ତାନରୁ ଆତଙ୍କବାଦୀମାନେ ଆସି ଆମର ସେନାଙ୍କୁ ହତ୍ୟା କରୁଛନ୍ତି, ମଣିପୁର ଜଳୁଛି। ଲୋକମାନେ ନିଜ ଘରୁ ପଳାୟନ କରୁଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ଦ କେରଳ ଷ୍ଟୋରୀକୁ ନେଇ ରାଜନୀତି କରୁଛନ୍ତି। ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି ମୋଦୀ। ଏଭଳି କରି ମୋଦୀ ଫିଲ୍ମର ପ୍ରମୋସନ କରୁଛନ୍ତି । ଆମ ବୁର୍ଖା ଦେଖାଇ ପଇସା କମେଇବାକୁ ଚାହୁଁଛନ୍ତି । ଏଭଳି କରି ମୋଦୀ ହିଂସା ସୃଷ୍ଟି କରିବାକୁ ଚାହୁଁଛନ୍ତି ।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ