Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ କଟକି ଗୌଡ଼ ସାହି ବାସିନ୍ଦା ସୁଶାନ୍ତ ମହାରଣା ଅଙ୍ଗ ଦାନ କରି ଅମର ହେଲେ

ପାରଳାଖେମୁଣ୍ଡି:୧୬/୩(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କଟିକି ଗୌଡ଼ ସାହିର ଜଣେ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ମୋ ଶରୀରର କିଛି ମୂଲ୍ୟବାନ ଅଙ୍ଗ ଦାନ କରିଦେବାକୁ ନେଇ ମାଁଙ୍କୁ ବୁଝାଇଥିଲେ, ପୁଅର କଥା ପ୍ରକାରେ ଆଜି ସେହିଦିନ ଦେଖିବାକୁ ମିଳିଛି, ପୁଅକୁ ହରାଇବା ଦୁଃଖରେ ମାଁ ହୃଦୟ ଫାଟି ପଡୁଥିଲେ ସୁଦ୍ଧା ପୁଅର ପୁଣ୍ୟ କାମ ପାଇଁ ଗର୍ବିତ ବୋଲି କହିଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କଟକି ଗୈାଡ ସାହିର ସନ୍ତୋଷ ମହାରଣା ଓରଫ୍ ନୃସିଂହ ପ୍ରସାଦ ମହାରଣାଙ୍କ ମାଁ ସୁବାସିନୀ ମହାରଣା। ଦୁଇ ଦିନ ପୂର୍ବେ ହଠାତ ମୁହଁ ବୁଲେଇ ତଳେ ପଡି ମସ୍ତିଷ୍କରେ ଆଘାତ ଲାଗି ଗୁରୁତର ହୋଇ ପଡ଼ିଥିଲେ ସନ୍ତୋଷ। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ପରେ ଶ୍ରୀକାକୁଲମ ଜେମସ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ତାଙ୍କର ବଞ୍ଚିବା ସମ୍ଭାବନା କମ ଥିବା ଡ଼ାକ୍ତର କହିବା ପରେ ତାଙ୍କ ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଦାନ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସନ୍ତୋଷ। ଶରୀରର ଦୁଇଟି ଚକ୍ଷୁ, କିଡନୀ ଦ୍ବୟ , ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରିବା ପାଇଁ ସହମତି ଜଣାଥିଲେ ସ୍ତ୍ରୀ ଓ ପରିବାର ଲୋକେ। ପରିବାର କହିଲେ ବୃଦ୍ଧାମା ସ୍ତ୍ରୀ ସହ ଛୋଟ ପୁଅଟିଏ ଓ ଝିଅ ଟିଏ। ନିଜ ବାସଗୃହ ବିକ୍ରି କରି ପିତାଙ୍କ ଚିକିତ୍ସାରେ ଖର୍ଚ୍ଚ କରିବା ପରେ ନିଜର ଘର ବା ସମ୍ପତ୍ତି ବୋଲି କିଛି ନାହଁ। ଭଡ଼ା ଘରେ ଅତିବାହିତ ହେଉଛି ଜୀବନ।ମାଁ ସୂବାସିନୀ କହନ୍ତି ସନ୍ତୋଷଙ୍କ ପିତା ସିମାଞ୍ଚଳ ମହାରଣାଙ୍କ ମୃତ୍ୟୁ ପରେ ସନ୍ତୋଷଙ୍କ ମନରେ ରୋଗୀଙ୍କ ପ୍ରତି ଅନୁକମ୍ପା ବଢ଼ି ଥିଲା। ସ୍କୁଲରେ ପାଠ ପଢା ସମୟରୁ ଅନେକ ଥର ରକ୍ତଦାନ କରି ଆସୁଥିଲେ ସନ୍ତୋଷ। କାହାର ଦୁଃଖ ଦେଖିଲେ ସହି ପାରୁ ନଥିଲେ। ଆଜି ସେ ଅଙ୍ଗ ଦାନ କରି ଅନ୍ୟର ଜୀବନରେ ବ୍ୟବହୃତ ହୋଇ ପାରିବ। ଅଙ୍ଗ ଦାନ କରି ଏକ ଗଜପତି ଜିଲ୍ଲାରେ ଏକ ଉଦାହରଣ ସୃଷ୍ଟି କରିିଛନ୍ତି ସନ୍ତୋଷ। ସେଥିପାଇଁ ପରିବାର ଲୋକେ ଗର୍ବିତ ବୋଲି କହିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l