Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାନ୍ତ ରାଜ୍ୟରେ ଅଶାନ୍ତି ପ୍ରସାର କରି ପାରିବ ନାହିଁ, ମନୀଷ କଶ୍ୟପଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା କାନୁନ ଅର୍ଥାତ ଏନଏସଏ ଆଧାରରେ ରୁଜୁ ମାମଲାକୁ ନେଇ ୟୁଟ୍ୟୁବର ମନୀଷ କଶ୍ୟପଙ୍କୁ ସୁପ୍ରିମକୋର୍ଟରେ ଆଶ୍ଵସ୍ତି ମିଳିନାହିଁ। ଏଥିସହ ବିଭିନ୍ନ ଏଫଆଇଆରକୁ ଗୋଟିଏ କରିବା ଯାଚିକାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ସମସ୍ତ ସଂପର୍କିତ ଯାଚିକାକୁ ଉଚ୍ଚ ନ୍ୟାୟାଳୟ ନେଇଯିବାକୁ ସୁପ୍ରିମକୋର୍ଟ ମନୀଷ କଶ୍ୟପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କଶ୍ୟପଙ୍କ ଉପରେ ତାମିଲନାଡୁରେ ବିହାରୀଙ୍କ ସହିତ ହିଂସାର ନକଲି ଭିଡିଓ ସେୟାର କରିବାର ଅଭିଯୋଗ ରହିଛି।

ଯାଚିକା ଉପରେ ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ, ଜଷ୍ଟିସ ପିଏସ ନରସିମା ଏବଂ ଜଷ୍ଟିସ ଜେବି ପାଦରିଓ୍ଵାଲାଙ୍କ ପୀଠ କହିଛନ୍ତି, ତାମିଲନାଡୁ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। ଆପଣ ଅଶାନ୍ତି ପ୍ରଚାର କରିବା ପାଇଁ କିଛି ବି ପ୍ରସାରିତ କରୁଛନ୍ତି। ଏହା ଉପରେ ଆମେ ବିଚାର କରି ପାରିବୁ ନାହିଁ। କଶ୍ୟପଙ୍କ ତରଫରୁ କୋର୍ଟରେ ହାଜର ଓକିଲ ମନିନ୍ଦର ସିଂ ଅନ୍ୟ ମିଡିଆ ସଂସ୍ଥାର ସାମ୍ବାଦିକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମନିନ୍ଦର ସିଂ କହିଛନ୍ତି, ମନୀଷ କଶ୍ୟପ ମୁଖ୍ୟଧାରାର ଅନେକ ଖବରକାଗଜର ରିପୋର୍ଟ ଆଧାରରେ ଭିଡିଓ ପ୍ରସ୍ତୁତ କରିଥିଲେ। ଯଦି କଶ୍ୟପଙ୍କୁ ଏନଏସଏ ଆଧାରରେ ଗିରଫ କରାଯାଇ ପାରୁଛି, ତେବେ ଅନ୍ୟ ଖବରକାଗଜର ସାମ୍ବାଦିକମାନଙ୍କୁ ମଧ୍ୟ ଏନଏସଏ ଆଧାରରେ ଗିରଫ କରିବା ଉଚିତ୍। ସେ କହିଛନ୍ତି, ଯଦି ଏହି ଯୁବକଙ୍କୁ ଜେଲରେ ରହିବାକୁ ପଡ଼ିବ ତେବେ ସମସ୍ତ ସାମ୍ବାଦିକଙ୍କୁ ମଧ୍ୟ ଜେଲରେ ରହିବା ଉଚିତ୍।

କୋର୍ଟରେ ବିହାର ସରକାରଙ୍କ ପକ୍ଷରୁ ହାଜର ଆଇନଜୀବୀ କହିଛନ୍ତି ପାଟନାରେ ରୁଜୁ ଏଫଆଇଆର ଭିନ୍ନ ଭିନ୍ନ ମାମଲାକୁ ନେଇ ରହିଛି। କଶ୍ୟପ ଜଣେ ଅଭ୍ୟାସଗତ ଅପରାଧୀ। ତାଙ୍କ ବିରୋଧରେ ବଳପୂର୍ବକ ଚାନ୍ଦା ଆଦାୟ ଏବଂ ତହ୍ୟା ଉଦ୍ୟମ ପରି ମାମଲା ରହିଛି। ତାମିଲନାଡୁ ସରକାରଙ୍କ ତରଫରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ କପିଲ୍ ସିବଲ କହିଛନ୍ତି ମନୀଷ କଶ୍ୟପ ସାମ୍ବାଦିକ ନୁହନ୍ତି। ସେ ଜଣେ ରାଜନେତା, ଯିଏ ବିହାରରେ ନିର୍ବାଚନ ଲଢି ସାରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ