Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ୱତନ୍ତ୍ର ହେବ ୨୦୨୪ ଗଣତନ୍ତ୍ର ଦିବସ; ବିଶ୍ୱ ଦେଖିବ ନାରୀଶକ୍ତିର ଚମକ 

ନୂଆଦିଲ୍ଲୀ: ୨୦୨୪ ରିପବ୍ଲିକ୍ ଡେ ବା ସାଧାରଣତନ୍ତ୍ର ଦିବସରେ ‌ସାରା ବିଶ୍ୱ ଦେଖିବ ନାରୀ ସଶକ୍ତିକରଣର ଚମକ। ପରେଡ୍‌ରେ କେବଳ ମହିଳାମାନେ ଅଂଶଗ୍ରହଣ କରିବେ। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। କେନ୍ଦ୍ର ସରକାର ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଖାଲି ପରେଡ ନୁହେଁ, ପ୍ରଜ୍ଞାପନ ମେଢ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ କେବଳ ମହିଳାଙ୍କ ନେତ୍ୱତ୍ୱରେ ହିଁ କରାଯିବ। ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି।

କର୍ତ୍ତବ୍ୟ ପଥରେ ବାଦ୍ୟ ତାଳେ ତାଳେ କେବଳ ମହିଳାମାନେ ହିଁ ପରେଡ୍‌ କରିବେ । ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମାର୍ଚ୍ଚମାସରେ ଚିଠି କରାଯାଇ ସମସ୍ତଙ୍କୁ ଅବଗତ କରାଯାଇଥିଲା । ପ୍ରତିରକ୍ଷା ବିଭାଗର ତିନୋଟି ୱିଙ୍ଗ ସମେତ  ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗକୁ ଏହାର ପ୍ରସ୍ତୁତି କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି  । ୨୦୧୫ରେ ପ୍ରଥମ ଥର ପାଇଁ କେବଳ ମହିଳାଙ୍କୁ ନେଇ ଗଠିତ ହୋଇଥିବା ଦଳ ପରେଡରେ ସାମିଲ ହୋଇଥିଲା ।