Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ ବର୍ଷରେ ଗୁଜରାଟରେ ନିଖୋଜ ହେଲେଣି ୪୦ ହଜାରରୁ ଅଧିକ ମହିଳା, NCRB ରିପୋର୍ଟରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ଗୁଜରାଟରୁ ଚକିତ କରିଦେବା ଭଳି ଖବର ସାମ୍ନାକୁ ଆସିଛି। ସରକାରୀ ତଥ୍ୟ ଅନୁଯାୟୀ, ଗୁଜରାଟରେ ୫ ବର୍ଷରେ ୪୦,୦୦୦ରୁ ଅଧିକ ମହିଳା ନିଖୋଜ ଅଛନ୍ତି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି)ର ତଥ୍ୟ ଅନୁଯାୟୀ, ୨୦୧୬ରେ ୭,୧୦୫, ୨୦୧୭ରେ ୭,୭୧୨, ୨୦୧୮ରେ ୯,୨୪୬ ଏବଂ ୨୦୧୯ରେ ୯,୨୬୮ ମହିଳା ନିଖୋଜ ହୋଇଛନ୍ତି। ସେହିପରି ୨୦୨୦ରେ ୮,୨୯୦ ମହିଳା ନିଖୋଜ ଥିବାର ସୂଚନା ରହିଛି। ଏହି ପାଞ୍ଚ ବର୍ଷରେ ନିଖୋଜ ମହିଳାଙ୍କ ସଂଖ୍ୟା ୪୧,୬୨୧ରେ ପହଞ୍ଚି ଯାଇଛି।

ରାଜ୍ୟରେ ବିଜେପି ସରକାର ଦ୍ଵାରା ୨୦୨୧ରେ ଗୁଜରାଟ ବିଧାନସଭାରେ ଦିଆଯାଇଥିବା ବିବୃତି ଅନୁଯାୟୀ, ଅହମ୍ମଦାବାଦ ଏବଂ ଭଦୋଦରାରେ କେବଳ ୨୦୧୯-୨୦ରେ ୪,୭୨୨ ମହିଳା ନିଖୋଜ ଥିଲେ। ସବୁଠୁ ବଡ଼ ଥା ଗୁଜରାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଗୃହ ରାଜ୍ୟ ହୋଇଥିବାରୁ ଏହି ଖବରର ଗୁରୁତ୍ଵ ଅଧିକ ରହିଛି। ପୁଣି ଗତ ୨୫ ବର୍ଷ ହେବ ଗୁଜରାଟରେ ବିଜେପି ସରକାର ଚାଲିଛି।

ଦ ନ୍ୟୁ ଇଣ୍ଡିଆ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ପୂର୍ବତନ ଆଇପିଏସ ଅଧିକାରୀ ତଥା ଗୁଜରାଟ୍ ରାଜ୍ୟ ମାନବାଧିକାର ଆୟୋଗଙ୍କ ସଦସ୍ୟ ସୁଧୀର ସିହ୍ନା କହିଛନ୍ତି, ନିଖୋଜର କିଛି ମାମଲାରେ ଯୁବତୀ ଏବଂ ମହିଳାଙ୍କୁ ବେଳେ ବେଳେ ଗୁଜରାଟ୍ ବ୍ୟତୀତ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଏ ଏବଂ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରାଯାଏ। ସେ କହିଛନ୍ତି ପୋଲିସ ସିଷ୍ଟମର ସବୁଠୁ ବଡ଼ ସମସ୍ୟା ନିଖୋଜ ମାମଲାକୁ ସେମାନେ ଗମ୍ଭୀରତାର ସହ ନିଅନ୍ତି ନାହିଁ। ତେଣୁ ଏମିତି କେସ ବଢି ବଢି ଆଜି ଏହି ସ୍ତରରେ ପହଞ୍ଚିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ