Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଶୀନଗର ବ୍ଲକ ରଣିପେଣ୍ଠା ଗ୍ରାମରେ ବାଲ୍ୟ ବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି:୨୨/୩(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ ରାଣିପେଣ୍ଠ ଗ୍ରାମରେ ଆସନ୍ତା ମାସରେଏକ ବିବାହ ହେବାକୁ ସ୍ଥିର ହୋଇଥିବା ବିଷୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କାଶିନଗର ବିଶେଷ ସୂତ୍ରରୁ ଖବର ପାଇବା ପରେ ସଙ୍ଗେ ସଙ୍ଗେ ପୁଲିସ, ଶିଶୁ ମଙ୍ଗଳ ସମିତି ,ଶିଶୁ ସୁରକ୍ଷା ଅଧିକାରୀ,ଚାଇଲ୍ଡ ହେଲ୍ପ ଲାଇନ , ୱାନ ସ୍ଟପ ସେଂଟର୍ କୁ ପତ୍ର ମ।ଧ୍ୟମରେ ଜଣାଇଥିଲେ । ଆଜି ତା ୨୧.୩ ୨୦୨୫ ରିଖରେ ଉପରୋକ୍ତ ସମସ୍ତ ବିଭାଗରୁ ଅଧିକାରୀ ଓ କର୍ମୀ ମିଳିତ ଭାବରେ ର।ଣିପେଣ୍ଠ ଗ୍ରାମକୁ ଯାଇ ବାଲ୍ୟ ବିବାହ କରିବାକୁ ଯୋଜନା କରିଥିବା ଶିଶୁ ଓ ତାଙ୍କର ପିତାମାତା ଓ ଗ୍ରାମର ଭାଦ୍ର ବ୍ୟକ୍ତିଙ୍କୁସାକ୍ଷାତ କରି ଏକ ସଭାର ଆୟୋ ଜନ କରି ବାଲ୍ୟ ବିବାହ କରାଇବା ଏକ ଅପରାଧ ଅଟେ ଓ ଏଥିପାଇଁ ଜେଲ ଯିବାର ବେବସ୍ଥା ରହିଥିବା ବେଳେ ଜୋରିମାନା ଦେବାକୁ ପଡ଼ିଥାଏ ବୋଲି ଶିଶୁ ର ପିତା ମାତା ଙ୍କୁ ପ୍ରାଞ୍ଜଳ ଭାବରେ ବୁଝା ଇ ଥିଲେ । ଶିଶୁର ପିତା ମାତା ନିଜ ଝିଅର ବିବାହ ସ୍ଥିର କରିଥିବା କଥା ସ୍ଵୀକାର କରିଥିଲେ ଏବଂ ନିଜ ଝିଅ ବର୍ତମାନ ଦଶମ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ଆଗକୁ ୧୮ ବର୍ଷ ନ ହେଲା ପର୍ଯ୍ୟନ୍ତ ବିବାହ କରାଇବେ ନ।ହିଁ ବୋଲି ନିଜେ ଘୋଷଣା କରିବା ସହ ଏକ ସ୍ଵୀକାରଉକ୍ତି ଲେଖି ଦେଇଥିଲେ କି ବର୍ତମାନ ତାଙ୍କ ଝିଅକୁ ପାଠ ପଢେଇବେ ଓ ତାର ସମସ୍ତ ଯତ୍ନ ନେବେ। ୧୮ ବର୍ଷ ପୂରଣ ହେଲେ ବିବାହ ଦେବେ ବୋଲି ଜଣାଇଥିଲେ । ପରେ ପରେ ସମସ୍ତ ଅଧିକାରୀ ଝିଅର ବିବାହ ସ୍ଥିର ହୋଇଥିବା ପୁଅଘର ପୋଳୁରୁ ଗ୍ରାମକୁ ଯାଇ ପୁଅ ଓ ତାଙ୍କର ପରିବର୍ବର୍ଗଙ୍କୁ ବାଲ୍ୟ ବିବାହ ଏକ ଅପରାଧ ଅଟେ ଝିଅକୁ ୧୮ ବର୍ଷ ହେଲା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବୁଝାଇ ଥିଲେ । ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ପୁଅ ଜଣକ ସମସସ୍ତ କଥା ମାନିଝିଅକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଜଣାଇ ଥିଲେ । ଶିଶୁ ମଙ୍ଗଳ ସମିତି ଙ୍କ ନିର୍ଦେଶ କ୍ରମେ ଶିଶୁର ପିତା ଶିଶୁଙ୍କୁ ଚାଇଲ୍ଡ ହେଲ୍ପ ଲାଇନ ସହଯୋଗରେ ଶିଶୁ ମଙ୍ଗଳ ସମିତି ପାରଳାଖେମୁଣ୍ଡି ନିକଟରେ ଉପସ୍ଥିତ କରାଇଥିଲେ । ଶିଶୁ ମଙ୍ଗଳ ସମିତି ଶିଶୁ ସହ ଆଲୋଚନ। କରି ସମସ୍ତ କାଗଜପତ୍ର ସଂଗ୍ରହ କଲାପରେ ଶିଶୁ ର ପିତାଙ୍କୁ କେତେଗୋଟି ସର୍ତରେ ହସ୍ତାନ୍ତର କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ବ୍ଲକ ଅନ୍ତର୍ଗତ ତାରମାଳ ଗ୍ରାମରେ ଗୁହାଳରେ ବଳଦବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତରାମାଳ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ସହ ବଜ୍ରପାତ ଯୋଗୁଁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ବଳଦର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ତରାମାଳ ଗ୍ରାମର ଜାବି ମଳିକ। ସୂଚନା ଅନୁଯାୟୀ, ଅପରାହ୍ନରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହେଉଥିଲା। ପ୍ରତିଦିନ ଭଳି ଜାବି ମଳିକ ଗୋରୁ ଚରାଇ ଘରକୁ ଫେରିଥିଲେ। ବର୍ଷା ବଢ଼ିବାରୁ ସେ ନିଜ ବଳଦକୁ ଗୁହାଳରେ ବାନ୍ଧୁଥିବା ବେଳେ ହଠାତ୍ ଏକ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ବୃଦ୍ଧ ଓ ବଳଦ ଗୁରୁତର ଭାବେ ପ୍ରଭାବିତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ ବୃଦ୍ଧ ଓ ବଳଦକୁ ନିଷ୍ପ୍ରାଣ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିବା ବେଳେ ବାର୍ତ୍ତା ଲେଖାହେବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।