Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକ ରେ ପୁଣି ଜନନୀ ଯନ୍ତ୍ରଣା, ଭାରରେ ୮କିମି ବୁହାହେଲେ ଗର୍ଭବତୀ

ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକର ଦୁର୍ଗମ ଅଂଚଳରେ ଥିବା ଗ୍ରାମ ଗୁଡିକୁ ଭଲ ରାସ୍ତା ଖଣ୍ଡେ ନଥିବାରୁ ୮ କିମି ଭାରରେ ବୁହାହେଲେ ଗର୍ଭବତୀ।ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଲକ ଅନ୍ତର୍ଗତ ମାଣ୍ଡିମେରା ପଞ୍ଚାୟତ ଅଧିନ ଗବେଲ ଗ୍ରାମରେ।ଗାଁର ଗର୍ଭବତୀ ମହିଳା ଲଳିତା ମାଝୀଙ୍କ ଗର୍ଭ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ସ୍ଥାନୀୟ ଆଶାଦିଦି ମେରୀ ମାଝୀଙ୍କୁ ଖବର ଦେଇଥିଲେ।ସେ ପହଞ୍ଚି ୧୦୮କୁ ଫୋନ୍ କରିଥିଲେ।କିନ୍ତୁ ଗାଁର ରାସ୍ତା ଶୋଚ଼ନୀୟ ଥିବାରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ନପାରି ଜାତୀୟ ରାଜପଥରେ ଅଟକି ରହିଥିଲା। ମାଣ୍ଡିମେରା ପଞ୍ଚାୟତର ନାଏବ ସରପଞ୍ଚ ଜହନ ମାଝୀ ଓ ପରିବାର ଲୋକେ ଭାରକରି ଦୀର୍ଘ ୮ କିମି ପଥୁରିଆ ଜଙ୍ଗଲ ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚି ସେଠାରୁ ବିରିକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories