Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘରୁ ଫେରାର ନାବାଳିକାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବରଗଡ଼: ବରଗଡ଼ର ପୁଣି ଜଣେ ନାବାଳିକାଙ୍କୁ ହତ୍ୟା । ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘରୁ ମୋବାଇଲ ଟଙ୍କା ନେଇ ଫେରାର ହୋଇଯାଇଥିବା ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ନାବାଳିକା ଫେରାର ହୋଇଯିବା ନେଇ ଟାଉନ ଥାନାରେ ଗତ ୨୦ ତାରିଖରେ ପରିବାର ଲୋକେ ଅଭିଯୋଗ କରିଥିଲେ । ୨୩ ତାରିଖ ରବିବାର ଦିନ ନାବାଳିକାଙ୍କ ମୃତ ଦେହ ହୀରାକୁଦ ଜଙ୍ଗଲରୁ ଉଦ୍ଧାର କରାଯାଇଛି ।

ନାବାଳିକା ଜଣକୁ କଟୁରୀରେ ହାଣି ହତ୍ୟା କରାଯାଇଛି । ବରଗଡ଼ ନଦୀପଠାରୁ ଯାଇଥିବା ନାବାଳିକାଙ୍କ ମୃତଦେହ ହୀରାକୁଦ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ତେବେ ଝିଅ କାହା ସାଙ୍ଗରେ ଯାଇଥିଲା ? ଜଙ୍ଗଲକୁ କେମିତି ଗଲା ଓ ଝିଅକୁ କିଏ କ’ଣ ପାଇଁ ହତ୍ୟା କଲା ? ତାକୁ ନେଇ ପ୍ରଶ୍ନ ଉଠିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଛି ଯୁବକକୁ ପୋଲିସ ଉଠାଇ ଆଣି ଥାନାରେ ପଚାର ଉଚରା ଜାରି ରଖିଛି । ଅନ୍ୟ ପଟେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣା ନେଇ ପୋଲିସ ପକ୍ଷରୁ ଅଧିକ ଛାନଭିନ୍ ଜାାରି ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ