Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନୁଗୁଳ ମଦ ବ୍ୟବସାୟୀଙ୍କ ଲିଙ୍କରେ ପାରଳାଖେମୁଣ୍ଡିର ଦୁଇ ମଦ ବ୍ୟବସାୟୀ ଙ୍କ ଘରେ ଆୟକର ବିଭାଗର ଚଢଉ ତଦନ୍ତ ସାରି ଫେରିଲେ ଅଧିକାରୀ

ପାରଳାଖେମୁଣ୍ଡି:୨୪/୩(ଗରୁଡ ଧ୍ୱଜ ଚୌଧୁରୀ)ଅନୁଗୁଳ ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଲିଙ୍କ୍‌ରେ ପାରଳାଖେମୁଣ୍ଡି ଠାରେ ଆୟକର ବିଭାଗର ସ୍ବତନ୍ତ୍ର ଟିମ୍ ଚଢ଼ଉ ଓ ତଦନ୍ତ ଗତକାଲି ରାତ୍ରରେ ଶେଷ ହୋଇଛି. ତିନି ଦିନ ଧରି ଅଧିକାରୀଙ୍କ ତଦନ୍ତ ସରିବା ପରେ ସମସ୍ତେ ଫେରିଯାଇଛନ୍ତି। ପାରଳାଖେମୁଣ୍ଡି ସହରର ତିରୁପତି ସାହୁକାର ଓ ଲୋକେଶ୍ଵର ସାହୁକାରଙ୍କ ଘରେ ଏବଂ ସେମାନଙ୍କ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଆୟକର ତରଫରୁ ଚଢଉ ହୋଇଥିଲା। ଆୟକର ବିଭାଗ ତରଫରୁ ଉଭୟଙ୍କ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟ ଓ ଲକର ଯାଞ୍ଚ କରାଯାଇଥିଲା। ଏପରିକି ତଦନ୍ତ କରୁଥିବା ଆୟକର କର୍ମଚାରୀ କାହାକୁ କିଛି ନ ଜଣାଇ ବହୁ ବ୍ୟାଙ୍କକୁ ଯାଇ ଖାତା ଓ ଲକର ଯାଞ୍ଚ କରିଥିଲେ । ବିଶେଷ କରି ୟୁନିୟନ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସମେତ ଅନ୍ୟାନ୍ୟ ବ୍ୟାଙ୍କରେ ଉଭୟ ଭ୍ରାତାଙ୍କ ଆକାଉଣ୍ଟ ଓ ଲକରକୁ ଯାଞ୍ଚ କରାଯାଇଛି। ଶନିବାର ତୃତୀୟ ଦିବସରେ ଉକ୍ତ ଆକାଉଣ୍ଟ ଓ ଲକର୍‌ରେ ଥିବା ସମ୍ପରି ସମ୍ପର୍କରେ ଟିକିନିଖ୍ ଯାଞ୍ଚ କରାଯାଇଥିଲା । ଶନିବାର ବିଳମ୍ବିତ ରାତ୍ର ସାଢ଼େ ୧୧ ଘଣ୍ଟା ପର୍ଯ୍ୟନ୍ତ ଦୁଇ ଭାଇଙ୍କ ଘରକୁ ତଦନ୍ତ କରୁଥିବା ଆୟକର ବିଭାଗର ଅଧିକାରୀ ବାରମ୍ବାର ଦସ୍ତାବିଜ ଧରି ଯିବାଆସିବା କରୁଥିବାର ଦେଖୁବାକୁ ମିଳିଥିଲା । ତଦନ୍ତ ବେଳେ ଆୟକର ବିଭାଗ ଅଧିକାରୀ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ପାଇଥିବା ସନ୍ଦେହ କରାଯାଉଛି। ତୃତୀୟ ଦିବସରେ ସେନେଇ ଉକ୍ତ ଦସ୍ତାବିଜଗୁଡ଼ିକ ତନତନ କରି ତଦନ୍ତ କରିଥିଲେ I ଅନୁମାନ କରାଯାଉଛି ଯେ ସେଥିରେ ଉଭୟ ଭ୍ରାତାଙ୍କ ସହ ବ୍ୟବସାୟିକ କିମ୍ବା ଅନ୍ୟ ଆର୍ଥିକ ସମ୍ପର୍କରେ ରଖୁଥ‌ିବା ବ୍ୟକ୍ତି ବିଶେଷଙ୍କ ତଥ୍ୟ ତଦନ୍ତକାରୀ ଆୟକର ବିଭାଗ ହାତରେ ବୋଧେ ଲାଗିଛି। ତଦନ୍ତ କରୁଥିବା ଅଧିକାରୀ ତଦନ୍ତରେ କ’ଣ ତଥ୍ୟ ଓ ସାମଗ୍ରୀ ପାଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି I ଆୟକର ଅଧିକାରୀଙ୍କ ସୂଚନା ସେମାନଙ୍କ ହେଡ଼ ଅଫିସରେ ପ୍ରଦାନ କରିବା ପରେ ତାହାର ବିସ୍ତୃତ ରିପୋର୍ଟ ମିଡ଼ିଆ ଦ୍ୱାରା ପ୍ରକାଶ ପାଇବା ପରେ ଏହି ଚଢ଼ାଉର ସବିଶେଷ ତଥ୍ୟ ଲୋକଲୋଚନକୁ ଆସିବ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories