Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅଷ୍ଟମ ଦିନରେ ଟିଠି ପାଲି ରାଧେଶ୍ୟାମ ମଠ ର ନବାହ୍ନ ପରାୟଣ ଏବଂ ମଙ୍ଗଳବାର ପରାୟଣ ହେବ ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଞ୍ଚାୟତର ଟିଠିପାଲି ରାଧେଶ୍ୟାମ ମଠରେ ମହନ୍ତ ସୀତାରାମ ଦାସ୍‌ଜୀ ମହାରାଜଙ୍କ ତତ୍ତ୍ଵାବଧାନରେ ଚାଲିଥିବା ରାମାୟଣ ନବାହ୍ନ ପାରାୟଣ କାର୍ଯ୍ୟକ୍ରମର ସୋମବାର ଥିଲା ଅଷ୍ଟମ ଦିବସ। ଆଜିର ପ୍ରସଙ୍ଗରେ ଲଙ୍କାକାଣ୍ଡ ସମାପ୍ତ ହୋଇ ଉତ୍ତରା କାଣ୍ଡ ପ୍ରଥମ ଅଧ୍ୟାୟ ପରେ ଗ୍ରନ୍ଥ ବିଶ୍ରାମ ନେଇଛନ୍ତି । ଇନ୍ଦ୍ରଜିତଙ୍କ ବଧ ପରେ ତାଙ୍କ କଟା ହସ୍ତ ପତ୍ନୀ ନାଗକନ୍ୟା ସୁଲୋଚନା ଙ୍କ ସମ୍ମୁଖରେ ଲକ୍ଷ୍ମଣ ଙ୍କ ନାମ ଲିଖନ ଚରିତ , ରାବଣ ବଧ ଆଦି ପାରାୟଣର ବିଷୟବସ୍ତୁ ଥିଲା । ମନୋରଞ୍ଜନ ମିଶ୍ର ବ୍ୟାସ ଗାୟକ ଭାବରେ ରାମାୟଣ ପାଠ କରୁଥିବାବେଳେ ରୋହିତ ବାଘ , ଜୟ କୁମାର ପାଣ୍ଡେ , ନୀରାକାର ମେହେର , ପର୍ଶୁରାମ ବାରିକ , ଗଣେଶ ପଧାନ ପ୍ରମୁଖ ଅର୍ଗାନ୍ , ତବଲା ପେଡ୍ ଆଦି ବାଦ୍ୟଯନ୍ତ୍ର ଓ ପାଳିଆରେ ସହଯୋଗ କରୁଛନ୍ତି । ଏହି ପାରାୟଣ ଆସନ୍ତା କାଲି ଉଦ୍‌ଯାପିତ ହେବ ବୋଲି ପାରାୟଣ କମିଟି ସୂତ୍ରରୁ ପ୍ରକାଶ । ମଧୁ ସୂଦନ ଚାନ୍ଦ ପୂଜକ ତଥା ପ୍ରହଲ୍ଲାଦ ଅମାତ ସପତ୍ନୀକ ଏଥିରେ କର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତିି । ସେବା ବ୍ରତୀ ଭାବରେ ଦୌଲତ ଅମାତ , ବେଲାଳସେନ ପାତ୍ର , ବାବାଜୀ ଅମାତ , ଆଦିତ୍ୟ ମହାକୁର , ଗୋପାଳ ସାହୁ , ରଘୁନାଥ ସାହୁ , ରଶ୍ମି ରଞ୍ଜନ ଅମାତ ପ୍ରମୁଖଙ୍କ ସହ ଅଂଚଳ ବାସୀ ସହଯୋଗ କରୁଛନ୍ତି । ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ଓ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ପ୍ରମୁଖ ଆଜି ଭଜନ ପରିବେଷଣ କରିଥିଲେ । ପାରାୟଣ ଶ୍ରବଣ କରିବାକୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।