Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ନିରାଶ ହେଲେ ମନୀଷ ସିସୋଦିଆ; ୨୩ ଯାଏ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ: ପୁଣି ଥରେ ନିରାଶ ହେଲେ ମନୀଷ ସିସୋଦିଆ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ବୃଦ୍ଧି କରିଛନ୍ତି। ୨୩ ଯାଏ ବଢିଲା ମନୀଷଙ୍କ ନାୟିକ ହେପାଜତ। ଏହା ସହିତ କୋର୍ଟ ମନୀଷ ସିସୋଦିଆଙ୍କୁ ଚାର୍ଜସିଟର ଏକ ଇ-କପି ଦେବାକୁ ଇଡିକୁ କହିଛନ୍ତି।

ଏହାପୂର୍ବରୁ, ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡିର ନ୍ୟାୟିକ ହେପାଜତ ଶେଷ ହେବା ପରେ ମନୀଷ ସିସୋଦିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଅର୍ଥ ହେରଫେରକୁ ଇଡିର ତଦନ୍ତ ଜାରି ରହିଛି। ଉ‌ଲ୍ଲେଖ ଥାଉ କି, ମନୀଷ ସିସୋଦିଆଙ୍କୁ ପ୍ରଥମେ ମଦ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିଲା ​​ଏବଂ ପରେ ଇଡି ମଧ୍ୟ ତାଙ୍କୁ ଗିରଫ କରିଥିଲା। ସେ ଫେବୃଆରୀ ୨୩ ରୁ ଦିଲ୍ଲୀର ତିହାର ଜେଲରେ ସଜା କାଟୁଛନ୍ତି।