Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିରେ ଚୋରା କାଠ ଚାଲାଣ ଅଭିଯୋଗ ରେ ଦୁଇ ଜଣ ଙ୍କୁ ଜେଲ ଦଣ୍ଡ

ପାରଳାଖେମୁଣ୍ଡି:(ଗରୁଡ ଧ୍ୱଜ ଚୌଧୁରୀ): ପିଆଶାଳ କାଠ ଚୋରାଚାଲାଣ ଅଭିଯୋଗରେ ଦୁଇଜଣ ଙ୍କୁ ଗୋଟିଏ ବର୍ଷ ଜେଲ୍ ସହ ଦୁଇ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି ମୋହନା ପ୍ରଥମ ବିଚାର ବିଭାଗୀୟ ବିଚାରପତି।ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଜାନୁଆରୀ ୧୦ ତାରିଖ ୨୦୨୦ ମସିହାରେ ୨୧ ଖଣ୍ଡ ପିଆଶାଳ କାଠ ଓ ଏକ ଅଟୋ ଜାମଢ଼ିଅ ଗାଁରୁ ରୁଆଆମ୍ବ ଗାଁ ମଝି ରାସ୍ତାରେ ଚନ୍ଦ୍ରଗିରି ବାନାଞ୍ଚଳ ପକ୍ଷରୁ ବନପାଳ ମାନସିନି ମାଦଳା ଚଢ଼ାଉ କରି କାଠ ସହ ଅଟୋକୁ ଜବତ କରିଥିଲେ ।ସେଥିରେ ଖାରିଗୁମା ଗାଁର ଦୟାନିଧି ପାଇକ ଓ ଟୁକୁନା ପାଇକଙ୍କ ନାମରେ ବନ ବିଭାଗ ପକ୍ଷରୁ ୨ବିସିସି୦୪/୨୦୨୦ରେ ମାମଲା ରୁଜୁ କରାଯାଇଥିଲା। ଆଜି ମୋହନା ପ୍ରଥମ ବିଚାର ବିଭାଗୀୟ ଅଦାଲତ ରେ ସରକାରୀ ଓକିଲ ଆଦିତ୍ୟ ନାରାୟଣ ତ୍ରୀପାଠୀ ଓ ବୈଦ୍ୟନାଥ ସିଂ ବିଚାରପତି ଙ୍କ ସାମ୍ନା ରେ ପାଞ୍ଚଜଣ ସାକ୍ଷୀ ଙ୍କ ବୟାନ ରେକର୍ଡ କରିଥିଲେ । ଯାହା ଫଳରେ ପ୍ରଥମ ବିଚାରପତି ସମସ୍ତ ସାକ୍ଷୀ ଙ୍କ ବୟାନ କୁ ଭିତ୍ତି କରି ଏକ ବର୍ଷ ଜେଲ୍ ସହ ଦୁଇ ହଜାର ଟଙ୍କା ଦଣ୍ଡିତ କରାଯାଇଥିଲା। ଏମିତି କି ଦୁଇ ହଜାର ଟଙ୍କା ଜୋରିମାନା ଦେଇପରିବେନି ତା ହେଲେ ଅଧିକା ଦୁଇ ମାସ ଜେଲ୍ ଦଣ୍ଡ ଦିଆଯିବା ନେଇ ରାୟ ଶୁଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ବ୍ଲକ ଅନ୍ତର୍ଗତ ତାରମାଳ ଗ୍ରାମରେ ଗୁହାଳରେ ବଳଦବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତରାମାଳ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ସହ ବଜ୍ରପାତ ଯୋଗୁଁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ବଳଦର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ତରାମାଳ ଗ୍ରାମର ଜାବି ମଳିକ। ସୂଚନା ଅନୁଯାୟୀ, ଅପରାହ୍ନରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହେଉଥିଲା। ପ୍ରତିଦିନ ଭଳି ଜାବି ମଳିକ ଗୋରୁ ଚରାଇ ଘରକୁ ଫେରିଥିଲେ। ବର୍ଷା ବଢ଼ିବାରୁ ସେ ନିଜ ବଳଦକୁ ଗୁହାଳରେ ବାନ୍ଧୁଥିବା ବେଳେ ହଠାତ୍ ଏକ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ବୃଦ୍ଧ ଓ ବଳଦ ଗୁରୁତର ଭାବେ ପ୍ରଭାବିତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ ବୃଦ୍ଧ ଓ ବଳଦକୁ ନିଷ୍ପ୍ରାଣ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିବା ବେଳେ ବାର୍ତ୍ତା ଲେଖାହେବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।