Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଗୁମ୍ମା ସରକାରୀ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷୀକ ଉତ୍ସବ ଉଦଯାପିତ

ପାରଳାଖେମୁଣ୍ଡି:୨୯/୩(ଗରୁଡ ଧ୍ଵଜ ଚୌଧୁରୀ) ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି।ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଆଣିଛନ୍ତି ପିଏମଶ୍ରୀ ଯୋଜନା।ଏହି ଯୋଜନାର ମୁଳ ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟର ଆନୁସାଙ୍ଗିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା। ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଠାରେ ଥିବା ଲୁକାୟତ ପ୍ରତିଭାକୁ ଲୋକଲୋଚନ ଆଣିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା।ତେବେ ଏହି ଯୋଜନାରେ ସ୍ଥାନ ପାଇଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଗୁମ୍ମାର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପାଢ଼ୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ପିଏମଶ୍ରୀ ବାର୍ଷିକ କ୍ରୀଡା ଉତ୍ସବ ତିନିଦିନ ଧରି ଚାଲିଥିବା ବେଳେ ଶନିବାର ଏହାର ଉଦଯାପିତ ହୋଇଛି।କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀ ଭାବେ ଗୁମ୍ମା ବିଡ଼ିଓ ଦେଲାରାମ ମାରାଣ୍ଡି,ବିଈଓ ନୟନ ରଞ୍ଜନ ମଣ୍ଡଳ,ଅଧ୍ୟକ୍ଷା ସୁନେମି ମଣ୍ଡଳ,ସରପଞ୍ଚ ପିତମଣି ରଈତ,ସମିତି ସଭ୍ୟା ସିଗ୍ଧରାଣୀ ପାଣି,ଏସଏମସି ଅଧ୍ୟକ୍ଷ ମିହିରଲାଲ ପାଣି ଓ ଏବିଓ ବାବାଜୀ ପ୍ରଧାନ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରୁ କନିଷ୍ଠ,ମଧ୍ୟବିତ୍ତ ଓ ବରିଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।କାର୍ଯ୍ୟକ୍ରମକୁ ବିଦ୍ୟାଳୟର କେ ଆନନ୍ଦ କୁମାର,ବାସୁଦେବ ରେଡ଼ି,ମନୋଜ ପଟନାୟକ,ବିଗ୍ନରାଜ ମଲିକ,ଜି ଲିଙ୍ଗରାଜୁ,ମିସାଏଲ ଗମାଙ୍ଗ,ଜିତେନ୍ଦ୍ର କୁମାର ପାଣି,ସୁଜୋତା ପରିଡ଼ା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories