Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦକ୍ଷିଣ ପୁର୍ବ ରେଳବାଇର ଜି.ଏମ ପରମେଶ୍ବର ପଂଖଓ୍ବାଲଙ୍କ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ

ପାରଳାଖେମୁଣ୍ଡି:୨୯/୩(ଗରୁଡ ଧ୍ଵଜ ଚୌଧୁରୀ) ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ପରମେଶ୍ବର ପଂଖଓ୍ବାଲ ଙ୍କ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ । ନିର୍ମାଣଧୀନ ରେଳଷ୍ଟେସନର କାର୍ଯ୍ୟର ତଦାରଖ କରିବାସହ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ସମସ୍ତ କାର୍ଯ୍ୟର ତଦାରଖ ତଥା ନିରୀକ୍ଷଣ କରିଥିଲେ । ନିର୍ମାଣଧିନ କୋଠାବାଡି ସହ ଉନ୍ନତିକରଣ କାମ ଗୁଡିକୁ ବୁଲିଦେଖିଥିଲେ । ରେଳଷ୍ଟେସନ ର ଆନୁସାଙ୍ଗିକ ବ୍ୟବସ୍ଥା, ବିକାଶ କାମର ଅଗ୍ରଗତି ଆଦି ସମ୍ପର୍କରେ ପଚାରି ବୁଝିଥିଲେ । ଏନେଇ ଶ୍ରୀ ପଂଖଓ୍ବାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ରେଳପଥର ବିଭିନ୍ନ ଷ୍ଟେସନ୍ ଗୁଡିକରେ ବିକାଶ ସହ ବ୍ୟବସ୍ଥା ସମ୍ପର୍କରେ ତଦାରଖ କରାଯାଇଛି । ସହ
ନୌପଡା-ପାରଳାଖେମୁଣ୍ଡି-ଗୁଣୁପୁର ମଧ୍ୟରେ ଥିବା ଷ୍ଟେସନ୍ ଗୁଡିକର ଉନ୍ନତିକରଣ ଏବଂ ଏହି ପଥରେ ପ୍ରଥମେ ଚାଲୁ ରହିଥିବା ଟ୍ରେନ୍ ଗୁଡିକ ସଠିକ୍ ସମୟରେ ଯାତାୟତ କରିବା ଏବଂ ବେଗ ବଢାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଭାରତ ଯୋଜନାରେ ସାମିଲ ହୋଇ ନିର୍ମାଣ କାର୍ଯ୍ୟ ଚାଲିଥିବା ରେଳଷ୍ଟେସନ ମଧ୍ୟରେ ପାରଳାଖେମୁଣ୍ଡି ରେଳଷ୍ଟେସନର କାର୍ଯ୍ୟ ଅଧିକ ଅଗ୍ରଗତି ହୋଇଛି , ଯଥାଶୀଘ୍ର ଏହାର ଉଦଘାଟନ କରାଯିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l