Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସ୍ମୃତି ଚାରଣ ଉତ୍ସବ ପାଳିତ

ପାରଳାଖେମୁଣ୍ଡି:୩୦/୯(ଗରୁଡ ଧ୍ୱଜ ଚୌଧୁରୀ)ଓଡିଶା ସଂଗୀତ ନାଟକ ଏକାଡ଼େମୀ , ଭୁବନେଶ୍ବର ଓ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ , ପାରଳାଖେମୁଣ୍ଡିର ମିଳିତ ଆନୁକୂଲ୍ୟରେ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସ୍ମୃତିଚାରଣ ଉତ୍ସବ ସ୍ଥାନୀୟ ଟାଉନହଲ ଠାରେ ବହୁ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ , ମୁଖ୍ୟବକ୍ତା ଡଃ ଜିତେନ୍ଦ୍ର ନାଥ ପଟ୍ଟନାୟକ , ଅଧ୍ୟକ୍ଷ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ତଥା ଦୂରଦର୍ଶନ କଣ୍ଠଶିଳ୍ପୀ , ସମ୍ମାନିତ ଅତିଥି ପଣ୍ଡିତ ରଘୁନାଥ ପାତ୍ର , ସଦସ୍ୟ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତଥା ଦୂରଦର୍ଶନ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ ଓ ସୁଶ୍ରୀ ଅର୍ଜନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ ଯୋଗ ଦେଇଥିଲେ।ଏହି ସଭାରେ ସଭାପତିତ୍ୱ କରିଥିଲେ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ନୃସିଂହ ଚରଣ ପଟ୍ଟନାୟକ ସଭା ଆରମ୍ଭରେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ।ନାଟ୍ୟଶିଳ୍ପୀ ଶ୍ରୀଯୁକ୍ତ ଆଦର୍ଶ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ଶ୍ରୀଯୁକ୍ତ ରୂପେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଆକାଶବାଣୀ ଓ ଦୂରଦର୍ଶନ ସ୍ବୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ଡ.ଚନ୍ଦନ ଗନ୍ତାୟତଙ୍କ ନେତୃତ୍ୱରେ
ଆକାଶବାଣୀ ର କଳାକାର ମାନେ ଯଥା – ଆଶୁତୋଷ ମିଶ୍ର ,ଅମୃତା ପୁରୋହିତ , ବିରାଜୀନି ଶବର , ସ୍ୱନ୍ଦନା ପଣ୍ଡା , ବିଦୁସ୍ମିତା ପ୍ରମୁଖ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ଗୀତ ଗୁଡିକ ଗାନ କରିଥିଲେ।