Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକ ନିର୍ବାଚନ; ସୋନିଆଙ୍କ ବୟାନକୁ ତେଜୁଛି ରାଜନୀତି; କଂଗ୍ରେସକୁ ନିର୍ବାଚନ କମିଶନରଙ୍କ ନୋଟିସ୍‌

ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକ ନିର୍ବାଚନ। ସରିଛି ନିର୍ବାଚନୀ ପ୍ରଚାର। ତେବେ ପ୍ରଚାର ସମୟରେ ସୋନିଆ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଏବେ ତେଜୁଛି ବିବାଦ। ଭାଷଣ ବେଳେ ସୋନିଆ ଗାନ୍ଧୀ କର୍ଣ୍ଣାଟକର ଖାତି ଓ ସାର୍ବଭୌମତ୍ୟ ଓ ଅଖଣ୍ଡତା ବିରୋଧରେ ବିପଦ ସୃଷ୍ଟି କରୁଥିବା ଉଦ୍ୟମ କଲେ କଂଗ୍ରେସ ତାହା କରିବାକୁ ଦେବ ନାହିଁ ବୋଲି କହିଥିଲେ। ଏହି ବୟାନକୁ କେନ୍ଦ୍ର କରି ଏବେ କଂଗ୍ରେସକୁ ଘେରିଛି ବିଜେପି। ଏହି ବିଭ୍ରାନ୍ତିକର ବୟାନବାଜିକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛନ୍ତି ନିର୍ବାଚନ କମିଶନର।

ଏହା ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ବିଜେପି । ଏହା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛି ବିଜେପି । ବିଜେପିର ଅଭିଯୋଗ ପରେ ନିର୍ବାଚନ କମିଶନ କଂଗ୍ରେସକୁ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ