Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲ୍ଯାଣ ମଣ୍ଡପ ଠାରେ ଚାଲିଥିବା ତିନି ଦିନିଆ ପ୍ରକଳ୍ପ ସ୍ତରୀୟ ଅଙ୍ଗନୱାଡି କର୍ମୀ ତାଲିମ ଶିବିର ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ତିନି ଦିନିଆ ପ୍ରକଳ୍ପ ସ୍ତରୀୟ ଅଙ୍ଗନୱାଡି ତାଲିମ ଶିବିର ଆଜି ଉଦଯାପିତ ହୋଇ ଯାଇଛି l ପ୍ରଥମ ପର୍ଯ୍ଯାୟ ତାଲିମ ଶିବିର ୩ ଏପ୍ରିଲ ଠାରୁ ଆରମ୍ଭ ହୋଇ ୫ ଏପ୍ରିଲ ପର୍ଯ୍ୟନ୍ତ ଚାଲିଥିଲା l ବୀରମହାରାଜପୁର ମହିଳା ଶିଶୁ ବିକାଶ ଅଧିକାରୀ ମଞ୍ଜୁଲତା ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତ୍ବତାବଧାନ ରେ ଚାଲିଥିବା ମାଷ୍ଟର ଟ୍ରେନର କାର୍ଯ୍ୟକ୍ରମ ପୋଷଣ ଭି ପଢାଇ ଭି ରେ ଜିଲ୍ଲା ମହିଳା ଶିଶୁ ଵିକାଶ ଅଧିକାରୀ ଅନୁପମା ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ, ଅଙ୍ଗନବାଡି ସୁପରଭାଇଜର ଭାରତୀ ମିଶ୍ର , ଆରତୀ ମିଶ୍ର , ମିନତୀ ମିଶ୍ର ପ୍ରମୁଖ ତାଲିମ ଦାତା ଭାବରେ ଯୋଗ ଦେଇ ଅଙ୍ଗନବାଡି କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ l କୋମଲ ମୋତି ଶିଶୁ ମାନଙ୍କୁ ପ୍ରି ସ୍କୁଲ ପାଠ୍ୟ କ୍ରମ ରେ ସାମିଲ କରିବା ସହିତ ନିରୋଗ ରଖିବା ପାଇଁ ଗ୍ରାମାଞ୍ଚଳ ରେ ଗୃହିଣୀ ମାନଙ୍କୁ ଶିକ୍ଷାଦାନ କରିବେ ଆଜି ପ୍ରଥମ ପର୍ଯ୍ୟାୟ ତାଲିମ ଶିବିର ସମାପ୍ତ ହୋଇଥିବା ବେଳେ, ଦ୍ଵିତୀୟ ପର୍ଯ୍ୟାୟ ଆସନ୍ତା ୮ ଏପ୍ରିଲ ୨0୨୫ ଠାରୁ ବୀରମହାରାଜପୁର ମୈତ୍ରୀ ସଦନ ଠାରେ ଆରମ୍ଭ ହେବ ବୋଲି ଜଣାଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ ସଂଯୋଜକ ଲିଙ୍ଗରାଜ ବିଶି ସଂଯୋଜନା କରିଥିବାବେଳେ ଅତିଥି ଭାବରେ ଜିଲ୍ଲା ସଂଯୋଜକ ସଂଜୀବ କୁମାର ମିଶ୍ର ଯୋଗ ଦେଇଥିଲେ l ସମୁଦାୟ ୧00 ରୁ ଉର୍ଦ୍ଧ୍ବ ଅଗନବାଡି କର୍ମୀ ତାଲିମ ଗ୍ରହଣ କରିଥିଲେ l