ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର୍ କେନ୍ଦ୍ର ଠାରେ ହାତବୁଣା କାର୍ଯ୍ୟ କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ


ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର୍ କେନ୍ଦ୍ର ଠାରେ ହାତବୁଣା କାର୍ଯ୍ୟ କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ପାରଳାଖେମୁଣ୍ଡି:୬/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପୁଟର ସେଣ୍ଟର୍ ଠାରେ ଅନୁଷ୍ଠିତ “ହାତବୁଣା”କାର୍ଯ୍ୟ କୁ ନେଇ ଏକ ପ୍ରଶିକ୍ଷଣ ତାଲିମ୍ କାର୍ଯକ୍ରମ ଅନୁଷ୍ଠିତ ହେଇଥିଲା l ଆଜିର ଏହି ଉଦଯାପନ ଦିବସ ରେ ହୋଇଥିଲା ଗ୍ରାମୀଣ ଉତ୍କଳ ବ୍ୟାଙ୍କର ଆଇ.ଡି.ଏମ,
ଭୁବନେଶ୍ଵର ରୁ ପରି ମୁଦ୍, ଦିଲ୍ଲୀ ରୁ ଭାରତୀ , ହରିମହନ ପଟ୍ଟନାୟକ, ପ୍ରଗତି ମହିଳା ସଙ୍ଗଠନର ସମ୍ପାଦକ ତନୁଜା ଶତପଥୀ, ଲୋକନାଥ ମିଶ୍ର, ସ୍ୱେଂହଲତା, ଆକାଂକ୍ଷା ସାହୁ ପ୍ରମୁଖ ମଞ୍ଚାସିନ ଥିଲା ବେଳେ ହାତବୁଣା ତାଲିମ କାର୍ଯକ୍ରମରେ ଯୋଗ ଦେଇ ପ୍ରଶିକ୍ଷଣ ନେଇ ଥିବା ଛାତ୍ରି , ମହିଳା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା, ସେମାନଙ୍କ ଜୀବନ ଜୀବିକା , କେମିତି କରିବେ ତାହାକୁ ନେଇ ମଞ୍ଚାସିନ ଅତିଥି ମାନେ କହିଥିଲେ ପରିଶେଷରେ ଶିଳ୍ପା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ l