Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମ ନବମୀରେ ପାମ୍ବନ ବ୍ରିଜର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ନୂତନ ପାମ୍ବନ ରେଳ ସେତୁକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେ ରାମେଶ୍ୱରମ ଏବଂ ତାମ୍ବରମ (ଚେନ୍ନାଇ) ମଧ୍ୟରେ ଏକ ନୂତନ ଟ୍ରେନ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ଏକ ଜାହାଜର ମଧ୍ୟ ଶୁଭାରମ୍ଭ ହେବ।

ସେତୁର ଭୂଲମ୍ବ ଲିଫ୍ଟ ଅଂଶ ଉପରକୁ ଉଠିବା ପରେ ଜାହାଜଟି ଏହା ତଳଦେଇ ଯିବ। ଏହା ଏହି ସେତୁର କାର୍ଯ୍ୟକ୍ଷମ ପ୍ରଯୁକ୍ତିବିଦ୍ୟାକୁ ପ୍ରଦର୍ଶନ କରିବ। ଏହା ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ। ଯାହା ୫୫୦ କୋଟି ଟଙ୍କାର ମୂଲ୍ୟରେ ନିର୍ମାଣ କରାଯାଇଛି। ଏହି ସେତୁରେ ରେଳ ମାର୍ଗ ସହ ଜାହାଜ ଚଳାଚଳର ବ୍ୟବସ୍ଥାକୁ ମଧ୍ୟ ରଖାଯାଇଛି। ରାମେଶ୍ବରମକୁ ମୁଖ୍ୟଭୂମି ସହିତ ସଂଯୋଗ କରୁଥିବା ଏହି ସେତୁ ବିଶ୍ବସ୍ତରରରେ ଭାରତୀୟ ଇଞ୍ଜିନିୟରିଂର ଏକ ଉଲ୍ଲେଖନୀୟ ସଫଳତା। ଏହାର ଲମ୍ବ ୨.୦୮ କିଲୋମିଟର।

ଏଥିରେ ୯୯ଟି ସ୍ପାନ୍ ଏବଂ ୭୨.୫ ମିଟର ଭୂଲମ୍ବ ଲିଫ୍ଟ ସ୍ପାନ ଅଛି। ଯାହା ୧୭ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉପରକୁ ଉଠିଥାଏ। ତେବେ ୧୯୧୪ରେ ମୂଳ ପୋଲଟି ସ୍ଥାପନ ହୋଇଥିଲା। ପ୍ରବଳ କଳଙ୍କିଜନିତ ସମସ୍ୟା ଯୋଗୁ ପୁରୁଣା ପୋଲକୁ ୨୦୨୨ରେ ବନ୍ଦ କରାଯାଇଥିଲା। ମୋଦି ଏହି ଅବସରରେ ରାମନାଥ ସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି।