Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନିଆ ଗାନ୍ଧୀ ନୁହନ୍ତି, ବସୁନ୍ଧରା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନେତା: ଗେହଲଟଙ୍କ ଉପରେ ବର୍ଷିଲେ ପାଇଲଟ୍

ଜୟପୁର: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ଵାରା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ନେଇ କରିଥିବା ଟିପ୍ପଣୀ ପରେ ରାଜସ୍ଥାନ ରାଜନୀତି ପୁଣି ଥରେ ସରଗରମ ହୋଇ ଉଠିଛି। ଗେହଲଟଙ୍କ ଏମିତି ବଡ଼ ଖୁଲାସା ପରେ ତାଙ୍କର ଘୋର ବିରୋଧୀ ସଚିନ ପାଇଲଟ୍ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପରେ ବଡ଼ ହମଲା କରିଛନ୍ତି। ପାଇଲଟ୍ ଗେହଲଟଙ୍କ ନାମ ନ ନେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନେତା ସୋନିଆ ଗାନ୍ଧୀ ନୁହନ୍ତି ବରଂ ବସୁନ୍ଧରା ରାଜେ। ସରକାର ବଞ୍ଚାଇବା ପାଇଁ ବସୁନ୍ଧରାଙ୍କ ନାମ ନେବା ବିରୋଧାଭାସ ଉତ୍ପନ କରୁଛି। ମୁଖ୍ୟମନ୍ତ୍ରୀ ଏହା ଉପରେ ସ୍ପଷ୍ଟ ଭାବେ କୁହନ୍ତୁ। ପାଇଲଟ୍ ଆଜି ଖୋଲାଖୋଲି ମନ୍ତବ୍ୟ ଦେବା ସହ ଆଜମେରରୁ ପଦଯାତ୍ରା ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି।

ପାଇଲଟ୍ ମଙ୍ଗଳବାର ଜୟପୁରରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୋ ଉପରେ ଦେଶଦ୍ରୋହ ମାମଲା ଲଗାଗଲା। ଆମେ ଦିଲ୍ଲୀ ଗଲୁ, ହାଇକମାଣ୍ଡଙ୍କ ସହ କମିଟି ଗଠନ କଲୁ। ଆମେ ସମସ୍ତେ ରାଜ୍ୟସଭା ଉପ ନିର୍ବାଚନରେ ପାର୍ଟିକୁ ଜିତାଇଲୁ। ଆମେ ଦଳର ଅନୁଶାସନ ଭଙ୍ଗ କରିନୁ। ଗେହଲଟ୍ ମୋତ କରୋନା, ନିକ୍କମା ଏବଂ ଗଦ୍ଦାର ପରି ଶବ୍ଦ ପ୍ରୟୋଗ କଲେ। ଆମେ ପାର୍ଟିକୁ କ୍ଷତି ପହଞ୍ଚାଇବାକୁ ଚାହୁଁନଥିଲୁ। ଗେହଲଟ୍ କଂଗ୍ରେସ ବିଧାୟକଙ୍କ ଅପମାନ କରିଛନ୍ତି। ଆଉ ଏବେ ମୁଖ୍ୟମନ୍ତ୍ରୀ ବିଜେପିର ଗୁଣଗାନ କରୁଛନ୍ତି ବୋଲି ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ସମୟରେ ସେ ଆସନ୍ତା ୧୧ ତାରିଖରୁ ଆଜମେର ସ୍ଥିତ ରାଜସ୍ଥାନ ଲୋକସେବା ଆୟୋଗ କାର୍ଯ୍ୟାଳୟରୁ ଜୟପୁର ପର୍ଯ୍ୟନ୍ତ ଜନ ସଂଘର୍ଷ ପଦଯାତ୍ରା ବାହାର କରିବେ ବୋଲି ପାଇଲଟ୍ ଘୋଷଣା କରିଛନ୍ତି। ଏହି ଯାତ୍ରା ୫ ଦିନ ଧରି ଚାଲିବ। ମୁଁ ଆଶା ହରାଇବା ବ୍ୟକ୍ତି ନୁହଁ। ଦୁର୍ନୀତି ମାମଲାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ଜନତା ସବୁ ଦେଖୁଛନ୍ତି ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ