Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୫ ଦିନ ପରେ ପ୍ରଥମ ଥର ମ୍ୟାଟକୁ ଓହ୍ଲାଇଲେ ରେସଲର, ଏସୀୟ କ୍ରୀଡା ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ଦେଶର ଖ୍ୟାତାନାମ କୁସ୍ତିଯୋଦ୍ଧାମାନେ ଏପ୍ରିଲ ୨୩ରୁ ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି। ସେମାନଙ୍କର ଖାନା-ପିନା ଏବଂ ଶୋଇବା ସବୁ କିଛି ଜନ୍ତର ମନ୍ତରରେ ଚାଲିଛି। ଖେଳାଳି ଏ ପର୍ଯ୍ୟନ୍ତ ଏଠାରେ ହାଲୁକା ଅଭ୍ୟାସ୍ କରୁଥିଲେ ହେଁ ସୋମବାରଠୁ ମ୍ୟାଟ୍ ଉପରେ ଅଭ୍ୟାସ୍ ଆରମ୍ଭ କରିଛନ୍ତି। ଆଗାମୀ ପ୍ରତିଯୋଗିତା ପୂର୍ବରୁ ଏହା ଖେଳାଳିଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ। ତେଣୁ ୧୫ ଦିନ ପରେ ଖେଳାଳି ମ୍ୟାଟକୁ ଓହ୍ଲାଇଛନ୍ତି।

ଆଇଓଏର ଆଡ୍ ହକ୍ କମିଟି ନିଜର ପ୍ରଥମ ବୈଠକରେ ୧୭ ବର୍ଷରୁ କମ ଏବଂ ୨୩ ବର୍ଷରୁ କମ କୁସ୍ତିଯୋଦ୍ଧାଙ୍କ ପ୍ରଶିକ୍ଷଣର ତାରିଖ ଘୋଷଣା କରିଛନ୍ତି। ଏସୀୟ ଚାମ୍ପିଅନଶିପ ପାଇଁ ବର୍ତ୍ତମାନ ରେସଲରଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହାପରେ ସେପ୍ଟେମ୍ବରରେ ହେବାକୁ ଥିବା ଏସୀୟ କ୍ରୀଡା ପାଇଁ ମଧ୍ୟ ପ୍ରଶିକ୍ଷଣ ଦିଆଯିବ। ବଜରଙ୍ଗ, ଭିନେଶ, ସକ୍ଷୀ, ସତ୍ୟବ୍ରତ ଏବଂ ସଙ୍ଗୀତା ସମସ୍ତେ ଏହି ପ୍ରଶିକ୍ଷଣରେ ଯୋଗ ଦେବେ। ଏହି କାରଣରୁ ୧୫ ଦିନ ପରେ ଧାରଣାରତ ରେସଲର ଅଭ୍ୟାସ୍ ଆରମ୍ଭ କରି ଦେଇଛନ୍ତି।

ଧାରଣା ଆରମ୍ଭ ହେବା ପୂର୍ବରୁ ଆମେ ଗୋଟିଏ ଦିନ ମ୍ୟାଟରେ ଅଭ୍ୟାସ୍ କରିଥିଲୁ ବୋଲି ଅଭ୍ୟାସ୍ କରୁଥିବା ଜଣେ ପହିଲମାନ କହିଛନ୍ତି। ଜନ୍ତର ମନ୍ତରରେ ଦିନ ରାତି ରହିବା କାରଣରୁ ଅଭ୍ୟାସ୍ କରି ପାରିନୁ, ମାତ୍ର ଏବେ ଆମେ ପ୍ରତିଦିନ ଅଭ୍ୟାସ୍ କରିବୁ। ଗୋଟିଏ ଘଣ୍ଟାର ସେସନରେ ବଜରଙ୍ଗ ଜିତେନ୍ଦ୍ର କିନହାଙ୍କ ସହିତ ଅଭ୍ୟାସ୍ କରିଥିବା ବେଳେ ସାକ୍ଷୀ ଏବଂ ଭିନେଶ ପରସ୍ପର ମଧ୍ୟରେ ଅଭ୍ୟାସ୍ କରୁଥିବା ଦେଖିବାକୁ ମିଳିଛି। ସେହିପର ସତ୍ୟବ୍ରତ କାଦିୟାନ ନିଜ ଭାଇ ସୋମବୀରଙ୍କ ସହିତ ଟ୍ରେନିଂ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ