ଭୁବନେଶ୍ବର: ମିଶନଶକ୍ତି ଢାଞ୍ଚାରେ କରାଯିବ ପରିବର୍ତ୍ତନ । ପ୍ରତି ପରିବାରଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ାଯିବ । ପୂର୍ବରୁ ପ୍ରତି ପରିବାରକୁ ଯୋଡିବାକୁ କେନ୍ଦ୍ର ସରକାର କହିଥିଲେ । ହେଲେ ପୂର୍ବ ସରକାରରେ ବହୁତ ପରିବାରଙ୍କୁ ଏଥିରୁ ବଞ୍ଚିତ କରାଯାଇଛି । କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ମହିଳାଙ୍କୁ ବାହାର କରି ଦେଆଯାଇଛି । ଏବେ ମିଶନଶକ୍ତି ବିଭାଗ ସବୁ ଘରକୁ ଗ୍ରୁପ ସହ ଯୋଡିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି ବୋଲି ଜଣାପଡ଼ିଛି । ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ ସହ ଯୋଡି ଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି ।
ଖବର ଅନୁସାରେ, ଏବେ ସମସ୍ତେ ଜିପିଏଲର ନିର୍ବାଚନରେ ଭାଗ ନେବାର ସୁଯୋଗ ମିଳିବ । ପୂର୍ବରୁ ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି, ସେମାନଙ୍କୁ ବାହାର କରି ନୂଆଙ୍କୁ ସୁଯୋଗ ଦିଆଯିବ । ଏହାର ଅର୍ଥ ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି ପାଇଁ ଚେଷ୍ଟା ହେବ । ଚଳିତ ମାସରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ରି-ଅର୍ଗାନାଇଜ କରାଯିବ । ଏହା ପର ମାସରେ ଜିପିଏଲଫ ଓ ସିଏଲଫ, ବିଏଲଏଫଙ୍କୁ ଜିଲ୍ଲା ସ୍ତର ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି ।
ଯେଉଁମାନେ ୨ ଥର ୪ ବର୍ଷରୁ ଅଧିକ ରହି ସାରିଛନ୍ତି, ସେମାନେ ଆଉ ରହି ପାରିବେନି । ପୂର୍ବ ସରକାରରେ ସେମାନଙ୍କ ଭୋଟ ପାଇଁ ରାଜନୈତିକ ଉଦ୍ଦେଶ୍ୟ ରଖି ଏମିତି କରାଯାଇଥିଲା । ସେଥିପାଇଁ ରାଜ୍ୟରେ ଏସଏସଜିଙ୍କ ରେଜିଷ୍ଟ୍ରେସନ ନାହିଁ । ବିନା ରେଜିଷ୍ଟ୍ରେସନରେ କୋଟି କୋଟି ଟଙ୍କା ଦିଆଯାଇଛି । ରେଜିଷ୍ଟ୍ରେସନ ନ ଥିବାରୁ ଅଡ଼ିଟ ହେଉନି । ରେଜିଷ୍ଟ୍ରେସନ ଓ ଅଡ଼ିଟ ନଥିବାର ଅର୍ଥ କ’ଣ ଜଣାପଡୁଛି । କିନ୍ତୁ ଏବେ ପାତର ଅନ୍ତରର ହେବ ଅନ୍ତ, ମହିଳାଙ୍କ ବିକାଶ ପାଇଁ କାମ କରିବେ ନୂଆ ସରକାର ।