Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵସ୍ୱାସ୍ଥ୍ୟ ଦିବସ ଅବସର ରେ ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ।

କଳାହାଣ୍ଡି:୦୭/୦୬
ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଅବସର ରେ ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନରେ ସୁରକ୍ଷିତ (ସ୍ୱାସ୍ଥ୍ୟ ଆରମ୍ଭ ଏବଂ ଆଶାନୁରୁପ ଭବିଷ୍ୟତ) (ପ୍ରସୂତି ସ୍ୱାସ୍ଥ୍ୟ) କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏଡିଏମଓ ମେଡିକାଲ ଡାକ୍ତର ରଞ୍ଜନ ମିତ୍ର ଙ୍କ ଦ୍ଵାରା ଶୁଭାରମ୍ଭ ହେଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ଭିବାନୀ ଶଙ୍କର ସାହୁ, ହସ୍ପିଟାଲ ମ୍ୟାନେଜର ଶ୍ରୀ ସୁଭାଶିଷ ନାୟକ ,ଜିଲ୍ଲା ଟିକା ମ୍ୟାନେଜର ଶ୍ରୀ ଲୋକନାଥ ବେହେରା, ଡାଟା ମ୍ୟାନେଜର ଶ୍ରୀ ଚନ୍ଦନ କୁମାର ପ୍ରଧାନ, ଉପସ୍ଥିତ ରହି କାର୍ଯ୍ୟକ୍ରମ ବିଷୟରେ ମତାମତ ରଖିଥିଲେ। ରିସେସ୍ ପେରସନ ସ୍ତ୍ରୀରୋଗ ଆସିଷ୍ଟାଣ୍ଡ ପ୍ରଫେସର ଡ଼. ଶୁଭଲକ୍ଷ୍ମୀ ମହାପାତ୍ର ଏବଂ ନର୍ସିଂ ଅଫିସର୍ କନକଲତା ସେଠୀ ,ଶ୍ରୀ ଆର.କେ ପଣ୍ଡା ପ୍ରସୂତି ମା ମାନଙ୍କୁ ପୁଷ୍ଟିକର ଖାଦ୍ୟ ଆଉ ଜୀବନ ଶୈଳୀ ବାବଦରେ ଆଲେକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆନୁନ୍ୟ ୧୦୬ ଜଣ ପ୍ରସୂତି ମାଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଥିଲା।ରାମକି ଫାଉଣ୍ଡେସନ ର ଡ. ବିମଳ ଚରଣ ଷଡଙ୍ଗୀ, ଭେଷଜ ବିତରକ ଜ୍ୟୋତ୍ସ୍ନାମୟୀ ବେହେରା, ଷ୍ଟାଫ ନର୍ସ ପଙ୍କଜିନି ରଣା ଏଲଟି ନିତୁ ନାୟକ, ପାଇଲଟ ଶ୍ରୀ ନିରଞ୍ଜନ ହାତୀ, ଶ୍ରୀ ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତି ରହି କାର୍ଯ୍ୟକ୍ରମ କୁ ପାଳନ କରିଥିଲେ | ଜିଲ୍ଲା ସ୍ୱାସ୍ଥ୍ୟ ସମିତି ହସ୍ପିଟାଲ ମ୍ୟାନେଜର ଏସବିଆଇ ଏବଂ ରାମକି ଫାଉଣ୍ଡେସନ କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories