Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାୟଗ ବ୍ଲକ ଗଙ୍ଗବାଡ ତିନି ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ସରପଞ୍ଚ, ଜିଲ୍ଲା ପ୍ରଶାସନ ନ ଆସିବା ପର୍ଯ୍ୟନ୍ତ ତାଲା ଖୋଲାଯିବନି

ପାରଳାଖେମୁଣ୍ଡି:୯/୪(ଗରୁଡ ଧ୍ଵଜ ଚୌଧୁରୀ)ଆନ୍ଧ୍ର ଓଡିଶା ସୀମାନ୍ତ ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ରାୟଗଡ଼ ବ୍ଳକର ଦୁର୍ଗମ ଅଞ୍ଚଳ ଗଙ୍ଗାବାଡ଼ ପଞ୍ଚାୟତର ଶିକ୍ଷା ବ୍ୟବସ୍ଥା ଭୁଷୁଡିରେ ଲାଗିଛି । ପଞ୍ଚାୟତରେ ଥ‌ିବା ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷକ ପାଳି କରି ଆସୁଛନ୍ତି ଏନେଇ ଅଭିଭାବକ ବ୍ଲକ ପ୍ରଶାସନ ଠାରୁ ଆରମ୍ଭକରି ଜିଲା ପ୍ରଶାସନ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନି। ସୋମବାର ମଧ୍ୟ ସମାନ ସ୍ଥିତି ପରିଲିକ୍ଷିତ ହୋଇଥିଲା । ବର୍ତ୍ତମାନ ଛାତ୍ରୀ ଛାତ୍ରଙ୍କ ପ୍ରବେଶିକା ଋତୁ ଚାଲିଛି । ପିଲାମାନେ ଶିକ୍ଷକଙ୍କ ଅନୁପସ୍ଥିତିରୁ ନିରାଶରେ ଫେରିଯାଉଥିବା ଦେଖ୍ ଅସନ୍ତୋଷ ହୋଇ ବିଦ୍ୟାଳୟ ଗୁଡିକରେ ତାଲା ପକାଇ ଦେଇଛନ୍ତି ସରପଞ୍ଚ ହରି ବନ୍ଧୁ କାର୍ଯା । ସିଆରସିସିଙ୍କ ମଧ୍ଯ ଠିକ୍ ଭାବରେ କାର୍ଯ୍ୟ କରନ୍ତି ନାହିଁ ବୋଲି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ସହ ଏହାର ସ୍ଥାୟୀ ସମାଧାନ କରିବା ଏବଂ ଜିଲ୍ଲା ପ୍ରଶାସନ ନ ଆସିବା ଯାଏ ବିଦ୍ୟାଳୟରେ ତାଲା ଖୋଲା ଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି।ପ୍ରକାଶ ଯେ, ରାୟଗଡ଼ ବ୍ଲକ ଅଧୂନ ଗଙ୍ଗାବାଡ଼ ପଞ୍ଚାଯତର ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦରେ ସୋମବାର ସୀମାନ୍ତରେ ଥିବା ୩ଟି ସ୍କୁଲରେ ତାଲା ପକାଇଛନ୍ତି ଗଙ୍ଗାବାଡ ସରପଞ୍ଚ ହରିବନ୍ଧୁ କାର୍ଯା । ପ୍ରତିଦିନ ଶିକ୍ଷକମାନେ ସ୍କୁଲକୁ ପାଳି କରି ଆସୁଛନ୍ତି । ଏହାକୁ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗୀୟ କରୁପକ୍ଷ କିମ୍ବା ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି । ବାରମ୍ବାର କହିବା ପରେ ସ୍ଥିତିରେ ସୁଧାର ନ ଆସିବାରୁ ଆଜି ଏଭଳି ନିଷ୍ପତି ନେଇଥିବା ସରପଞ୍ଚ ଶ୍ରୀ କାର୍ଯ୍ୟ କହିବା ସହ ଜିଲାପାଳ ଆସି ଘଟଣାର ତଦନ୍ତ କରିବା ପରେ ବିଦ୍ୟାଲୟରୁ ତାଲା ଖୋଲାଯିବ ବୋଲି କହିଛନ୍ତି । ଆନ୍ଧ୍ର ସୀମାରେ ଥିବା ରାୟଗଡ଼ ବ୍ଲକର ଗଙ୍ଗାବାଡ ପଞ୍ଚାଯତ ଏକ ଅପହଞ୍ଚ ଇଲାକା । ଏହାର ଫାଇଦା ନେଇ ଏହି ପଞ୍ଚାୟତର ଅଧିକାଂଶ ଗାଁ କୁ ନିଜ କବଜାକୁ ନେବାକୁ ଆନ୍ଧ୍ର ସରକାର ସବୁ ବେଳେ ପ୍ରୟାସ କରୁଛନ୍ତି। ଏଭଳି ସ୍ଥିତିରେ ଗଙ୍ଗାବାଡ଼ ପଞ୍ଚାୟତରେ ଥିବା କେବଳ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଛାଡିଦେଲେ ମାଣିକପାଟଣା, ଶଗଡ଼ିଆ ଓ ଚମ୍ପାପୁର ଠାରେ ଥିବା ପ୍ରାଥମକ ବିଦ୍ୟାଳୟକୁ ନିଯୁକ୍ତ ଶିକ୍ଷକମାନେ ପ୍ରତିଦିନ ଆସୁନାହାନ୍ତି। ପଞ୍ଚାୟତ ବାସୀଙ୍କ ଅଭିଯୋଗକୁ ଭିଭିକରି ସରପଞ୍ଚ ଆଜି ସ୍କୁଲ ସବୁ ପରିଦର୍ଶନ କରିଥିଲେ । ଶଗଡ଼ିଆ ବିଦ୍ୟାଳୟ ରେ ତିନି ଜଣ ଶିକ୍ଷକ ମଧ୍ୟରୁ କେବଳ ଜଣେ ମାତ୍ର ଶିକ୍ଷକ ସ୍କୁଲ ରେ ଥିଲେ ସେହିଭଳି ମାଣିକ ପାଟଣା ସ୍କୁଲରେ ଚାରି ଜଣ ଶିକ୍ଷକ ମଧ୍ୟରୁ ଜଣେ ମାତ୍ର ଉପସ୍ଥିତ ଥିଲେ ଏବଂ ଚଂପାପୂର ସ୍କୁଲରେ ଦୁଇ ଜଣ ଶିକ୍ଷକ ସ୍କୁଲ ରେ ଥିଲେ କିନ୍ତୁ ପିଲାଙ୍କୁ ପାଠ ନ ପଢ଼ାଇ ଅଫିସ ରୁମ ରେ ଗପ ମାରି ବସିଥିଲେ। ଏହା ଦେଖି ସରପଞ୍ଚ ନିଜେ ବିଦ୍ୟାଳୟ କୁ ଯାଇ ପ୍ରାୟ ଅଧଘଣ୍ଟା ପିଲା ମାନଙ୍କୁ ପାଠ ପଢ଼ାଇ ଥିଲେ ମଧ୍ଯ ଶିକ୍ଷକ ମାନେ ଜାଣି ପାରି ନ ଥିଲେ। ଏପରି ଗଙ୍ଗାବାଡ ପଞ୍ଚାଯତରେ ଶିକ୍ଷା ବ୍ୟବସ୍ଥା ଚାଲିଥିବା ଅଭିଯୋଗ କରିଛନ୍ତି। ଏଠାରେ ନିଯୁକ୍ତ ଶିକ୍ଷକ ମାନେ ପାଳି କରି ଆସି କେବଳ ସ୍କୁଲ ବିଲମ୍ଭରେ ଖୋଲିବା ଓ ମଧ୍ୟାହ୍ନ ଭୋଜନ ପରେ ପରେ ବନ୍ଦ କରି ନିଜ ନିଜ ଘରକୁ ଚାଲି ଯାଆନ୍ତି। ଫଳରେ ପିଲାଙ୍କ ସଠିକ୍ ପାଠ ପଢ଼ା ହୋଇପାରୁନାହିଁ। ଏ ନେଇ ପିଲା ଓ ଅଭିଭାବକ ମାନେ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରି ଆସୁ ଥିଲେ। ସରପଂଚ ମଧ୍ଯ ଶିକ୍ଷକ ମାନଙ୍କୁ ତାଗିଦ୍ କରିଥିଲେ। ତଥାପି ନ ଶୁଣିବାରୁ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରାଯାଇଛି ତଥାପି କୌଣସି ସୁଫଳ ମିଳିନଥିଲା। ଆଜି ଖୋଦ୍ ସେ ବିଦ୍ୟାଳୟ ପରିଦର୍ଶନ କଲା ବେଳେ ପାଳି ପଡ଼ିଥିବା ଶିକ୍ଷକଙ୍କ ବ୍ୟତୀତ ଅନ୍ୟ ମାନେ ଅନୁପସ୍ଥିତ ଥିଲେ। ତେଣୁ ବାଧ୍ୟ ହୋଇ ସେ ଏଭଳି ନିଷ୍ପତି ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିବା ପରେ କିଛି କାର୍ଯ୍ୟାନୁଷ୍ଠାନ ନ ନେବା ଦ୍ଵାରା ଆଜି ମଧ୍ଯ ଶିକ୍ଷକ ମାନେ ସୁଧୁରି ନାହାଁନ୍ତି ଓ ଆଜି ଏପରି ଘଟଣା ହେଲା ବୋଲି ସରପଞ୍ଚ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫୋନ ଜରିଆରେ କହିବା ପରେ ମଧ୍ୟ ଦୁଇ ଦିନ ହେଲା ସ୍କୁଲରେ ତାଲା ପଡିଛି। ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏଠାକୁ ଆସି ଏହାର ସମାଧାନ ନ କରିଲେ ଆମେ ତିନୋଟି ବିଦ୍ୟାଳୟ ର ପିଲା,ଅଭିଭାବକ ଓ ସମିତି ସଭ୍ୟ ୱାର୍ଡ ମେମ୍ବର ଓ ମୁଁ ନିଜେ ଯାଇ ଡି.ଇ.ଓ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି ସରପଞ୍ଚ ଶ୍ରୀ କାର୍ଯି ପ୍ରକାଶ କରିଛନ୍ତି ।