Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦଳିବ ଭାରତୀୟ ଆର୍ମିର ଡ୍ରେସ କୋଡ; ଅଗଷ୍ଟ ୧ରୁ ହେବ ଲାଗୁ

ନୂଆଦିଲ୍ଲୀ: ବଦଳିବ ଭାରତୀୟ ସେନାର ଡ୍ରେସ୍‌ କୋଡ। ଭାରତୀୟ ସେନାରେ ନିଯୁକ୍ତି ନିର୍ବିଶେଷରେ ବ୍ରିଗେଡିୟର୍ ଏବଂ ତଦୁର୍ଦ୍ଧ୍ୱ ପଦବୀର ଅଧିକାରୀଙ୍କ ପାଇଁ ଏକ ନୂଆ ୟୁନିଫର୍ମ ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ସୂତ୍ରରୁ ପ୍ରକାଶ ଯେ ନିକଟରେ ଶେଷ ହୋଇଥିବା ସେନା କମାଣ୍ଡର ସମ୍ମିଳନୀରେ ବିସ୍ତୃତ ବିଚାର ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ କର୍ଣ୍ଣେଲ ପଦବୀ ଏବଂ ତଳର ଅଧିକାରୀଙ୍କ ୟୁନିଫର୍ମରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏ ନେଇ ସେନା ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି ।

ସୂଚନାନୁସାରେ, ବିଗ୍ରେଡିୟର ଏବଂ ଉପର ରାଙ୍କ ସବୁ ଅଧିକାରୀଙ୍କର ସମାନ ୟୁନିଫର୍ମ ରହିବ। ଏହି ପରିବର୍ତ୍ତନ ଚଳିତ ବର୍ଷ ଅଗଷ୍ଟ ୧ ରୁ କାର୍ଯ୍ୟକାରୀ ହେବ। କର୍ଣ୍ଣେଲ ପଦବୀ ଏବଂ ଭାରତୀୟ ସେନାରେ ତଳର ଅଧିକାରୀମାନେ ପିନ୍ଧୁଥିବା ୟୁନିଫର୍ମ ପୂର୍ବ ପରି ରହିବ।

ବରିଷ୍ଠ ନେତୃତ୍ୱଙ୍କ ମଧ୍ୟରେ ସାଧାରଣ ପରିଚୟ ତଥା ସେବା ପ୍ରସଙ୍ଗରେ ପ୍ରୋତ୍ସାହନକୁ ଦୃଢ କରିବା ପାଇଁ ଭାରତୀୟ ସେନା ବ୍ରିଗେଡିୟର୍ ଏବଂ ତଦୁର୍ଦ୍ଧ୍ୱ ଅଧିକାରୀଙ୍କ ପାଇଁ ଏକ ପ୍ରକାର ୟୁନିଫର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂତ୍ରରୁ ପ୍ରକାଶ। ଏହା ଭାରତୀୟ ସେନାର ଚରିତ୍ରକୁ ଦୃଢ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ