Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିନି ବିଦ୍ୟାଳୟ ରେ ତାଲା ପଡିବା ଘଟଣାରେ ଷଷ୍ଠ ଦିନରେ ପହଞ୍ଚିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ

ତିନି ବିଦ୍ୟାଳୟ ରେ ତାଲା ପଡିବା ଘଟଣାରେ ଷଷ୍ଠ ଦିନରେ ପହଞ୍ଚିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତ ରେ ଷଷ୍ଠ ଦିନରେପହଞ୍ଚିଲା ତିନୋଟି ବିଦ୍ୟାଳୟ ରେ ତାଲା ପଡ଼ିବା ଘଟଣା । ଶିକ୍ଷକ ମାନେ ପାଳି କରି ଆସୁ ଥିବା ଓ ପିଲାଙ୍କୁ ପାଠ ନ ପଢ଼ାଇବା କୁ ନେଇ ସ୍ଥାନୀୟ ସରପଂଚ ହରିବନ୍ଧୁ କାର୍ଯୀ ତିନୋଟି ବିଦ୍ୟାଳୟ ରେ ତାଲା ପକାଇ ଥିଲେ। ଏହି ଘଟଣା ଘଟିବା ପର ଦିନ ଚଂପାପୂର୍ ବିଦ୍ୟାଳୟ ର ଶିକ୍ଷକ ଓ ଅଭିଭାବକ ମାନଙ୍କ ମଧ୍ୟରେ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଅଙ୍କ , ପଣକିଆ ଓ ଠିକ୍ ଭାବରେ ଲେଖିପାରୁନଥିବା ବିଷୟ କୁ ନେଇ ଯୁକ୍ତି ତର୍କ ହୋଇଥିଲା। ସେହି ସମୟରେ ଶିକ୍ଷକ ଜଣେ ତାଙ୍କ ସମ୍ପର୍କୀୟ ଦୁଇଜଣ ଲୋକଙ୍କୁ ସେଠାକୁ ଡାକି ଥିଲେ। ସେମାନେ ଚମ୍ପାପୂର୍ ବିଦ୍ୟାଳୟ ଠାରେ ପହଞ୍ଚି ବିଦ୍ୟାଳୟ ର ଚେୟାର ଓ କାଗଜ ପତ୍ର ପିଙ୍ଗା ପିଙ୍ଗି କରିଥଲେ। ହେଲେ ସ୍ଥାନୀୟ ଲୋକେ ତାକୁ ବିରୋଧ କରିବା ପରେ ଯୁକ୍ତିତର୍କ ରୁ ଆରମ୍ଭ ହୋଇ ବାଡ଼ିଆ ପିଟା ଯାଏ ପହଞ୍ଚି ଯାଇଥିଲା। ଶେଷରେ ଜଣେ ଶିକ୍ଷକ ସ୍କୁଲରେ ଥିବା ଶାବଳ ଆଣି ଜଣେ ଅଭିଭାବକ ଙ୍କ ମୁଣ୍ଡରେ ବାଡେଇ ଦେବାରୁ ମୁଣ୍ଡ ଫାଟି ଯାଇଥିଲା। ଏହା ପରେ ଉଭୟ ଦଳର ପଟରୁ ଗାରବନ୍ଧା ଥାନାରେ ଏତଲା ଦିଆ ଯିଇ ଥିଲା। ହେଲେ ଶିକ୍ଷକ ଙ୍କ ଏତଲା ଗାରବନ୍ଧା ଥାନାରେ ଗ୍ରହଣ କରିଥିବା ବେଳେ ଆହତ ବ୍ୟକ୍ତି ଓ ଗ୍ରାମର ଅଭିଭାବକ ମାନଙ୍କ ଏତଲା ଗାରବନ୍ଧା ଥାନାରେ ଗ୍ରହଣ କରୁ ନାହାନ୍ତି ବୋଲି ସରପଞ୍ଚ ହରିବାନ୍ଧୁ ପ୍ରକାଶ କରିଛନ୍ତି। ସେ ଯାହା ହେଉକି ନା କାହିଁ ରାଜ୍ୟର ମୋହନ ମାଝୀ ସରକାର ପୁଲିସ ବିଭାଗ କୁ ଦେଇଥିବା ଆଦେଶ କୁ ଏଠାରେ ମାନୁନାହାନ୍ତି । ଉଭୟ ପକ୍ଷର ଏତାଲା କୁ ଗ୍ରହଣ କରୁ ସଠିକ୍ ତଦନ୍ତ କରିବା ହେଉଛି ପୁଲିସ ବିଭାଗ ର କାର୍ଯ୍ୟ। ମାତ୍ର ଏଠାରେ କାହାର ଚାପରେ ଗାରାବନ୍ଧା ଥାନା ଅଧୀକାରୀ ଏତଲା ଗ୍ରହଣ କରୁ ନାହାନ୍ତି ତାହା ବର୍ତ୍ତମାନ ଜଣାପଡିନାହିଁ । ସେପଟେ ଗତକାଲି ରାୟଗଡ ବିଇଓ ଟି.କିଶୋର କୁମାର ଓ ଏବିଇଓ ଏସ. ପାପାରାଓ ଗଙ୍ଗାବାଡ ଯାଇ ସରପଂଚ, ସମିତି ସଭ୍ୟ ଓ ଗ୍ରାମ ବାସୀଙ୍କ ସହିତ ଆଲୋଚନା କରବା ପରେ କିଛି ସୁଫଳ ମିଳିନଥିଲା। ପୁଲିସ ଗ୍ରାମ ବାସୀଙ୍କ ଏତଲା ରଖିବା ଓ ଉକ୍ତ ତିନୋଟି ସ୍କୁଲର ତେଲୁଗୁ ଶିକ୍ଷକ ମାନଙ୍କୁ ବଦଳି କରି ଓଡିଆ ଶିକ୍ଷକ ମାନଙ୍କୁ ସେଠାରେ ଦେବା ଆଦି ଦାବି ପୁରଣ କରିଲେ ହିଁ ତାଲା ଖିଲା ଯିବ ବୋଲି ପ୍ରକାଶ କରିଛନ୍ତି ସରପଂଚ ଶ୍ରୀ କାର୍ଜି। ପ୍ରକାଶ ଥାଉକି ଓଡିଶା ଓ ଆନ୍ଧ୍ର ସୀମା ବିବାଦ କୁ ନେଇ ଗଜପତି ଜିଲ୍ଲାର ଗଙ୍ଗାବାଡ ପଞ୍ଚାୟତ ରହିଛି। ଉକ୍ତ ପଞ୍ଚାୟତ କୁ ଆନ୍ଧ୍ର ପ୍ରଦେଶ ନିଜ କବଜା କୁ ନେବା ପାଇଁ ପ୍ରୟାସ ଜାରି ରଖିଛି। ଯଦି ଗଜପତି ପ୍ରଶାସନ ସେହି ଅଞ୍ଚଳର ମୌଳିକ ଅଧିକାର କୁ ଅଣଦେଖା କରିବେ ଓ ବର୍ତମାନ ର ସମସ୍ୟାକୁ ସମାଧାନ ନ କରିବେ ତାହା ହେଲେ ଆଗାମୀ ଦିନରେ ଓଡ଼ିଶା ପାଇଁ ଏହି ସମସ୍ୟା ମୁଣ୍ଡ ବ୍ୟଥାର କାରଣ ହେବ।ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବଡ ପଞ୍ଚାୟତ ର ତିନି ବିଦ୍ୟାଳୟ ରେ ତାଲା ପଡିବା ଘଟଣାରେ ଷଷ୍ଠ ଦିନରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ଏବଂ ପୁଲିସ ପହଁଚି ଥିବା ଜଣାପଡ଼ିଛି। ଉଭୟ ଶିକ୍ଷା ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ପଞ୍ଚାୟତର ପ୍ରାୟ ଅଶିଏ ଜଣ ହେବ ତିନୋଟି ବିଦ୍ୟାଳୟ ଅଞ୍ଚଳର ଅଭିଭାବକ ଓ ନିର୍ବାଚିତ ପ୍ରତିନିଧି ମାନେ ଲୋକେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରୀକ୍ଷକଙ୍କ ଅଫିସ କୁ ଯାଇ ଏକ ଦାବିପତ୍ର ପ୍ରଦାନ କରି ଥିବା ଜଣାପଡ଼ିଛି। ଉକ୍ତ ଦାବୀପତ୍ର ରେ ଚଂପାପୁର ବିଦ୍ୟାଳୟରେ ଯୁକ୍ତିତର୍କରୁ ଆରମ୍ୱ ହୋଇ ଘଟିଥିବା ଗଣ୍ଡଗୋଳରେ ଶିକ୍ଷକ ଓ ତାଙ୍କ ସମ୍ପର୍କୀୟ ଦୁଇଜଣଙ୍କ ମାଡ଼ରେ ଅଭିଭାବକଙ୍କ ମୁଣ୍ଡ ଫାଟିବାକୁ ନେଇ ଗାରବନ୍ଧ ଥାନାରେ ଏତଲା ଦେବାରୁ ଏତଲା ଗ୍ରହଣ କରୁନ ଥିବା ବେଳେ ଏତଲା ଗ୍ରହଣ କରି ନିରପେକ୍ଷ ତଦନ୍ତ କରିବା କୁ ଦାବୀ କରି ସରପଂଚ ଙ୍କ ସହ ଅଂଚଳ ବାସୀ ଉକ୍ତ ଦାବି ପତ୍ର ପ୍ରଦାନ କରିଥିଲେ। ଏପଟେ ସରପଂଚ, ସମିତି ସଭ୍ୟା ଓ ଗ୍ରାମ ବାସୀ କେହି ଗ୍ରାମରେ ନ ଥିବାରୁ ଡିଇଓ, ବିଇଓ ଓ ପୁଲିସ ଅପେକ୍ଷା କରି କରି ଫେରିଥିବା ଜଣା ପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories