Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଆଶ୍ରୟଗଡ଼ ଓ ଗୁମ୍ମା ଖ୍ରୀଷ୍ଟିଆନ ସାହି ଗ୍ରାମବାସୀ ପାଣି ପାଇଁ ଡହଳବିକଳ

ପାରଳାଖେମୁଣ୍ଡି:୧୫/୪(ଗରୁଡ ଧ୍ଵଜ ହୌଧୁରୀ) ଗଜପତି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବେଶ ବୃଦ୍ଧି ପାଉଥିବା ବେଳେ ପିଇବା ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ଲକ୍ଷ୍ୟ କରାଯାଇଛି. ଏହି ଜିଲ୍ଲାର ଗୁମ୍ମା ବ୍ଲକର ଆଶ୍ରୟଗଡ଼ ଓ ଗୁମ୍ମା ଗ୍ରାମବାସୀଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ଏହାର କୌଣସି ସୁଫଳ ଲୋକେ ପାଉନଥିବା ଅଭିଯୋଗ ହୋଇଛି. ମୁଖ୍ୟତଃ ଗ୍ରାମାଞ୍ଚଳରେ ପିଇବା ପାଣି ସଂଗ୍ରହ ପାଇଁ ଆଦିବାସୀ ଅଧ୍ଯୁଷିତ ଗୁମ୍ମା ବ୍ଲକ ଅଞ୍ଚଳରେ ପାଶ୍ଚାତ୍ୟ ପରମ୍ପରା ଆପଣାଉଛନ୍ତି ଗ୍ରାମବାସୀ। ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଶ୍ରୟଗଡ଼ ଓ ଗୁମ୍ମା ଖ୍ରୀଷ୍ଟିଆନ ସାହିରେ ୫ଫୁଟ ଗଭୀର ମାଟି ତଳୁ ପିଇବା ପାଣି ସଂଗ୍ରହ କରାଯାଉଥୂବା ଦେଖାଯାଇଛି। ପାଇପ୍ ଯୋଗେ ଆସୁଥିବା ପାଣିକୁ ଗ୍ରାମବାସୀ ଘର ସାମ୍ନାରେ ୫ ରୁ ୬ ଫୁଟ ଗଭୀର ଚୁଆ ଖୋଳି ପିଇବା ପାଣି ବ୍ୟବହାର କରୁଥିବା ବେଳେ 4 ଦିନରେ ଥରେ ପାଣି ଆସୁଥିବା ଅଭିଯୋଗ କରିଛନ୍ତି ଗ୍ରାମର ମହିଳାମାନେ, ସୁନିତ ପରିଚ୍ଛା, ଜାନକୀ ପାଣି, ଝୁନି ଗାଁଠା, ସୁନିତା ପାଣି, ଓ ସ୍ମୃତି ପରିଚ୍ଛା। ପୂର୍ବରୁ ଯେମିତି ଲୋକେ ପିଇବା ପାଣି ପାଇଁ ନଦୀ କୂଳରେ ଚୁଆ ଖୋଳି ପାଣି ସଂଗ୍ରହ କରିବା ପରେ ବ୍ୟବହାର କରୁଥିଲେ, ଠିକ ସେହିପରି ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଆଜିବି ଲୋକେ ସେହିଭଳି ଉପାୟ ଆପଣାଉଛନ୍ତି । ଏଭଳି ପାଣି ସଂଗ୍ରହ କରି ବ୍ୟବହାର କରିବା ଦ୍ୱାରା ବିଭିନ୍ନ ସମୟରେ ସଂକ୍ରାମକ ରୋଗ ବ୍ୟାପିବା ଆଶଙ୍କା ରହିଛି ବୋଲି ଦୁଃଖ ପ୍ରକାଶ କରିଛନ୍ତି ଉଭୟ ଗ୍ରାମବାସୀ. ଏନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ବିଶୁଦ୍ଧ ପିଇବା ପାଣି ଯୋଗାଇବା ପାଇଁ ଉଭୟ ଗ୍ରାମବାସୀ ନିବେଦନ କରିଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories