Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ ମୋଦୀଙ୍କ ଉପରେ କେସ୍ କରିବାକୁ ଚାହାନ୍ତି ପାକିସ୍ତାନ ଅଭିନେତ୍ରୀ, ଦିଲ୍ଲୀ ପୋଲିସର ଜବାବ ଭାଇରାଲ୍

ନୂଆଦିଲ୍ଲୀ: ପାକିସ୍ତାନର ଜଣେ ଅଭିନେତ୍ରୀ ସେହର ଶିନଓ୍ଵାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କେସ୍ କରିବାକୁ ଚାହାନ୍ତି। ସେ ଭାରତର ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ ଓ୍ଵିଙ୍ଗ (ର) ବିରୋଧରେ ମଧ୍ୟ ମୋକଦ୍ଦମା କରିବାକୁ ଚାହାନ୍ତି। ସେହର ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନରେ ଜାରି ଅରାଜକତା ଏବଂ ବର୍ତ୍ତମାନର ଅବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ର ଦାୟୀ। ସାମାଜିକ ଗଣମାଧ୍ୟମରେ ସେହର ଏହା ଲେଖିବା ପରେ ଦିଲ୍ଲୀ ପୋଲିସ ଏହାର ଜମାଦାର ଜବାବ ଦେଇଛନ୍ତି।

ଶିନଓ୍ଵାଡ଼ିଙ୍କ ଏହି ଟୁଇଟ୍ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଆସିଛି। ପାକିସ୍ତାନୀ ଅଭିନେତ୍ରୀ ଲେଖିଛନ୍ତି, କେହି ଦିଲ୍ଲୀ ପୋଲିସର ଅନଲାଇନ୍ ଲିଙ୍କ୍ ଜାଣିଛନ୍ତି କି ? ମୋତେ ଭାରତୀୟ ପ୍ରଧାନମନ୍ତ୍ରୀ ଏବଂ ଭାରତୀୟ ଗୁଇନ୍ଦା ଏଜେନ୍ସି ର ବିରୋଧରେ ଅଭିଯୋଗ କରିବାର ଅଛି। ଏ ଦୁହେଁ ହିଁ ପାକିସ୍ତାନରେ ଆତଙ୍କବାଦ ଏବଂ ଅରାଜକତା ସୃଷ୍ଟି କରିଛନ୍ତି। ଯଦି ଭାରତୀୟ ଅଦାଲତ ସ୍ଵତନ୍ତ୍ର(ଯେମିତି ଦାବି କରାଯାଏ) ତ ମୋର ବିଶ୍ଵାସ ଯେ, ଭାରତୀୟ ସୁପ୍ରିମକୋର୍ଟ ମୋତେ ନ୍ୟାୟ ଦେବେ।

ଶିନଓ୍ଵାଡ଼ିଙ୍କ ଟୁଇଟ୍ ଉପରେ ଜବାବ ଦେଇ ଦିଲ୍ଲୀ ପୋଲିସ୍ ତାର୍ତ୍ସଲ୍ୟ କରି ଏମିତି ଜବାବ ଦେଇଛନ୍ତି ଯେ, ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି। ଦିଲ୍ଲୀ ପୋଲିସ୍ ଟୁଇଟ୍ କରି ଲେଖିଛି ଯେ, ପାକିସ୍ତାନରେ ଏବେ ଆମର ଅଧିକାର କ୍ଷେତ୍ର ନାହିଁ। ମାତ୍ର ଏହା ଜାଣିବାକୁ ଚାହୁଁଛୁ ଯେ, ଆପଣ କେମିତି ଟୁଇଟ୍ କରି ପାରୁଛନ୍ତି, ଯେତେବେଳେ ଆପଣଙ୍କ ଦେଶରେ ଇଣ୍ଟରନେଟ୍ ବନ୍ଦ ଅଛି। ପାକିସ୍ତାନ ଦୂରସଞ୍ଚାର ବିଭାଗ କହିଛି ଯେ, ଗୃହ ମନ୍ତ୍ରଣାଳୟର ଆଦେଶରେ ମୋବାଇଲ୍ ଡାଟା ସେବାକୁ ନିଲମ୍ବିତ କରାଯାଇଛି। ଏପରିକି ପାକିସ୍ତାନରେ ଟୁଇଟର, ଫେସବୁକ ଏବଂ ୟୁଟ୍ୟୁବ୍ ଉପରେ ରୋକ୍ ଲଗାଯାଇଛି।

More Stories