Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା; ବଢୁଛି ମନୀଷ ସିସୋଦିଆଙ୍କ ଅଡୁଆ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମାଲାରେ ବଢି ଚାଲିଛି ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ତାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟ୍‌କୁ ଗ୍ରହଣ କରିବା ମାମଲାରେ ବୁଧବାର ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଆସନ୍ତା ୧୯ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ଅବକାରୀ ନୀତି ସହ ଜଡିତ ମୁଖ୍ୟ ପ୍ରସଙ୍ଗରେ ଶୁଣାଣି ଜୁନ୍ ୧ରେ କରାଯିବ।

ସୂଚନା ଅନୁଯାୟୀ ମାର୍ଚ୍ଚ ୯ରେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ସିସୋଦିଆଙ୍କୁ ତିହାର ଜେଲରୁ ଗିରଫ କରିଥିଲା। ୨୪ ଫେବୃଆରୀରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଗିରଫ କରିଥିଲା। ସେବେଠାରୁ ସିସୋଦିଆଙ୍କ ଜାମିନ ଆବେଦନର ଅନେକ ଥର ଶୁଣାଣି ହେଲାଣି, କିନ୍ତୁ ପ୍ରତ୍ୟେକ ଥର ମନୀଷଙ୍କୁ ନିରାଶର ସାମ୍‌ନା ହେବାକୁ ପଡୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ