Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ଅଶାନ୍ତ ପାକିସ୍ତାନ; ୬ ମୃତ, ଏକାଧିକ ଆହତ

ଇସ୍‌ଲାମ୍‌ବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଜଳୁଛି ପାକିସ୍ତାନ। ଅଶାନ୍ତ ହୋଇପଡ଼ିଛି ସାରା ଦେଶ। ସାରା ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଇମ୍ରାନଙ୍କ ସମର୍ଥକମାନେ ଚାରିଆଡେ ଦଙ୍ଗା ଭଳି ପରିସ୍ଥିତି ଉପୁଜାଇଛନ୍ତି। ସବୁଆଡେ ଜଳାପୋଡା ସାଙ୍ଗକୁ ଗୁଳି ମାଡ ଜାରି ରହିଛି। ସେନା ଓ ଇମ୍ରାନଙ୍କ ସମର୍ଥକଙ୍କ ମୁହାଁମୁହିଁ ହୋଇଛନ୍ତି।

ଇମରାନ୍ ଖାନଙ୍କ ଗିରଫଦାରୀ ପରେ ସେନା ମୁଖ୍ୟ କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇଛି। ତେହରିକ ଇ ଇନସାଫ (PTI) ସମର୍ଥକମାନେ ଦଙ୍ଗା ସୃଷ୍ଟି କରିଛନ୍ତି। ଏହି ଘଟଣାରେ  ୬ ଜଣଙ୍କ ମୃତ ଘଟିଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି।  ପାକିସ୍ତାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଜାରି ରହିଥିବାବେଳେ ଇସଲାମାବାଦ ହାଇକୋର୍ଟ ଇମ୍ରାନ ଖାନଙ୍କ ଗିରଫଦାରୀକୁ ଆଇନଗତ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ