Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୪୧ କୋଟି ଟଙ୍କା ଜରିମାନା ଦେବେ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପତ୍ରିକା ଲେଖିକା ଇ ଜୀନ କୌରୋଲଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି। ନ୍ୟୁୟର୍କର ଜଣେ ୯ ଜଣିଆ ଖଣ୍ଡପୀଠ ଟ୍ରମ୍ପଙ୍କୁ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହ ପୀଡିତା ଜୀନ କୌରୋଲଙ୍କୁ କ୍ଷତିପୁରଣ ବାବଦରେ ୪୧ କୋଟି ବା ୫ ମିଲିୟନ ଡଲାର ଦେବାକୁ କୋର୍ଟ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଶୁଣାଣି ପରେ ନ୍ୟୁୟର୍କ ଫେଡେରାଲ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି।

ତେବେ ଜୀନ୍‌ କୌରୋଲ ଟ୍ରମ୍ପ୍‌ଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ଟ୍ରମ୍ପ। ମାଗାଜିନ ଲେଖିକା ଜୀନ କୌରୋଲ ୨୦୧୯ରେ ଟ୍ରମ୍ପଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ।